ଓଡିଶା

odisha

ETV Bharat / bharat

‘କୋରୋନା ମାମଲାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶ୍ବସନା, ଟାଇଟାନିକ କ୍ୟାପ୍ଟେନଙ୍କ ବୟାନ ସହ ତୁଳନୀୟ’ - କୋରୋନା ଭାଇରସକୁ ନେଇ ରାହୁଲ ଗାନ୍ଧୀ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି ଯେ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଦେଶବାସୀଙ୍କୁ ନିଶ୍ଚିତ କରିଛନ୍ତି ଯେ କୋରୋନାଭାଇରସ୍ ସଙ୍କଟ ନିୟନ୍ତ୍ରଣରେ ରହିଛି । ଏହା ଟାଇଟାନିକ୍ ଜାହଜର କ୍ୟାପଟେନଙ୍କ ବୟାନ ଭଳି ମନେ ହେଉଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Mar 5, 2020, 9:06 PM IST

ନୂଆଦିଲ୍ଲୀ: କୋରୋନା ଆତଙ୍କରେ ଏବେ ଭାରତରେ ଭୟର ମାହୋଲ । ବିଶ୍ବର 80 ଦେଶରେ କୋରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ଭାରତରେ ଏବେ ଧିରେ ଧିରେ କୋରୋନା କାୟା ବିସ୍ତାର କରିବାକୁ ଲାଗିଛି । ଏଭଳି ସ୍ଥିତିରେ ଭାରତ ରାଜନୀତି ବଜାରରେ ମଧ୍ୟ ପ୍ରବେଶ କରିଛି କୋରୋନା । ଭାଇରସକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଏକ ବୟାନକୁ ନେଇ କଟାକ୍ଷ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@RahulGandhi

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି ଯେ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଦେଶବାସୀଙ୍କୁ ନିଶ୍ଚିତ କରିଛନ୍ତି ଯେ କୋରୋନାଭାଇରସ୍ ସଙ୍କଟ ନିୟନ୍ତ୍ରଣରେ ରହିଛି । ଏହା ଟାଇଟାନିକ୍ ଜାହଜର କ୍ୟାପଟେନଙ୍କ ବୟାନ ଭଳି ମନେ ହେଉଛି । ଯେପରି କ୍ୟାପ୍ଟେନ ଯାତ୍ରୀଙ୍କୁ କୁହନ୍ତି ଭୟଭୀତ ହୁଅନ୍ତୁ ନାହିଁ ଜାହାଜ ବୁଡ଼ିବାର କୌଣସି ସମ୍ଭାବନା ନାହିଁ । ସେହିଭଳି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୋରୋନାକୁ ନେଇ ଦେଇଥିବା ପ୍ରତିକ୍ରିୟା ରହିଛି ବୋଲି ସେ କହିଛନ୍ତି ।

କୋରୋନା ସଙ୍କଟର ମୁକାବିଲା କରିବା ପାଇଁ ସରକାର ଏକ ସୁରକ୍ଷିତ ଓ ଶକ୍ତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯ, ଭାରତରେ କୋରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା 30 , ଏଥିରେ 16 ଜଣ ଇଟାଲୀୟ ଅଛନ୍ତି ବୋଲି ସରକାର ବୁଧବାର ଦିନ କହିଛନ୍ତି । ବର୍ତ୍ତମାନ କୋରୋନା ସଂକ୍ରମଣ ବିସ୍ତାର ନେଇ ସରକାର ଚିନ୍ତା ପ୍ରକଟ କରିବା ସହ ଦେଶର ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କର ସ୍କ୍ରିନିଂ ବ୍ୟବସ୍ଥାକୁ କଡାକଡି କରିଛନ୍ତି ।

ABOUT THE AUTHOR

...view details