ଓଡିଶା

odisha

ETV Bharat / bharat

ମିଳିଲାନି ଘାଟିରେ ପ୍ରବେଶ ଅନୁମତି, ଦିଲ୍ଲୀ ଫେରିଲେ ରାହୁଲ - rahul gandhi

ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ରାହୁଲଙ୍କ ସମେତ ସମସ୍ତ ବିରୋଧୀଦଳ ନେତାଙ୍କୁ ଶ୍ରୀନଗର ବିମାନ ବନ୍ଦରରୁ ହିଁ ଦିଲ୍ଲୀ ପଠାଇ ଦିଆଯାଇଛି ।  ପ୍ରଦେଶର ସୁରକ୍ଷାକୁ  ଦୃଷ୍ଟିରେ ରଖି ସେମାନଙ୍କୁ ଫେରାଇ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଫାଇଲ ଫଟୋ

By

Published : Aug 24, 2019, 10:59 PM IST

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ସ୍ଥିତି ସମୀକ୍ଷା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଯାଇଥିବା ବିରୋଧୀଦଳ ପ୍ରତିନିଧିମଣ୍ଡଳକୁ ନିରାଶ ହେବାକୁ ପଡିଛି । ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ରାହୁଲଙ୍କ ସମେତ ସମସ୍ତ ବିରୋଧୀଦଳ ନେତାଙ୍କୁ ଶ୍ରୀନଗର ବିମାନ ବନ୍ଦରରୁ ହିଁ ଦିଲ୍ଲୀ ପଠାଇ ଦିଆଯାଇଛି । ପ୍ରଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଫେରାଇ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବିରୋଧୀ ଦଳଙ୍କ ଏହି ପ୍ରତିନିଧି ମଣ୍ଡଳରେ ସିପିଏମ ମହାସଚିବ ସୀତାରାମ ୟେଚୁରୀ, ସିପିଆଇ ମହାସଚିବ ଡି.ରାଜା, ଶରଦ ଯାଦବ, ମଜ୍ଜିଦ ମେମନ, ଆରଜେଡିର ମନୋଜ ଝା, ତୃଣମୁଳ କଂଗ୍ରେସର ଦିନେଶ ତ୍ରିବେଦୀ ପ୍ରମୁଖ ସାମିଲ ଥିବା ବେଳେ ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ପୂର୍ବରୁ ହିଁ ସେମାନଙ୍କୁ ଘାଟିକୁ ଯିବା ପାଇଁ ବାରଣ କରାଯାଇଥିଲା । ସେଠାକାର ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ରାଜନେତାଙ୍କ ଏହି ଗସ୍ତ ଦ୍ବାରା ଉପତ୍ୟକାରେ ଅଶାନ୍ତି ସୃଷ୍ଟି ହେବ ବୋଲି ପ୍ରଶାସନ ଆଶଙ୍କା ବ୍ୟକ୍ତ କରିଥିଲା ।

ABOUT THE AUTHOR

...view details