ଓଡିଶା

odisha

ETV Bharat / bharat

ଜାଣନ୍ତୁ; ଯେବେ ଗାନ୍ଧୀ ପରିବାର ଦକ୍ଷିଣରୁ ନିର୍ବାଚନ ଲଢିଛି, ପରିଣାମ କ'ଣ ହୋଇଛି ? - Sonia Gandhi

ଦକ୍ଷିଣ ଭାରତରେ ଏପରି କ୍ରମାଗତ ଦାବି ଉଠି ଆସୁଛି ଯେ ଦିଲ୍ଲୀର ଶାସନ ଗାଦିରେ ତାଙ୍କ କୌଣସି ପ୍ରତିନିଧି ପ୍ରତିନିଧିତ୍ବ କରନ୍ତୁ । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ନିଜ ମା' ଓ ଜେଜେମା' ପରି ଦକ୍ଷିଣରୁ ନିର୍ବାଚନ ଲଢିବା ପାଇଁ ସ୍ଥିର କରିଛନ୍ତି। ସେ ନିଜ ପାରମ୍ପରିକ ଆସନ ଆମେଠୀରୁ ନିର୍ବାଚନ ଲଢିବା ସହ କଂଗ୍ରେସର ଶକ୍ତିଶାଳୀ ଗଡ କୁହାଯାଉଥିବା ୱାୟନାଡରୁ ମଧ୍ୟ ନିର୍ବାଚନ ଲଢିବେ ।

ଫାଇଲ ଫଟୋ

By

Published : Apr 1, 2019, 11:27 PM IST

Updated : Apr 1, 2019, 11:48 PM IST

ନୂଆଦିଲ୍ଲୀ: ଆମେଠୀ ସହ କେରଳର ୱାୟନାଡ ଲୋକସଭା ଆସନରୁ ନିର୍ବାଚନ ଲଢିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ୱାୟନାଡ ଆସନ ମାଧ୍ୟମରେ କେରଳ ସହ ସମଗ୍ର ଦକ୍ଷିଣ ଭାରତରେ ଦଳର ପ୍ରଭାବ ବଢାଇବାକୁ ରଣନୀତି ଅନ୍ତର୍ଗତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ରାହୁଲ । ରାହୁଲ 'ଗାନ୍ଧୀ ପରିବାର'ର ପ୍ରଥମ ବ୍ୟକ୍ତି ନୁହଁନ୍ତି ଯିଏ ଦକ୍ଷିଣରୁ ନିର୍ବାଚନୀ ରଣକ୍ଷେତ୍ରରେ ଓହ୍ଲାଇଛନ୍ତି । ଏହା ପୂର୍ବରୁ ତାଙ୍କ ମା' ସୋନିଆ ଗାନ୍ଧୀ ଓ ଜେଜେମା ଇନ୍ଦିରା ଗାନ୍ଧୀ ମଧ୍ୟ ଦକ୍ଷିଣରୁ ଲଢିସାରିଛନ୍ତି ନିର୍ବାଚନ । ଏହାର ରାଜନୈତିକ ଲାଭ ଇନ୍ଦିରା-ସୋନିଆଙ୍କୁ ମିଳିବା ସହ କଂଗ୍ରେସକୁ ମଧ୍ୟ ମିଳିଥିଏ।

ଦକ୍ଷିଣ ଭାରତରେ ଏପରି କ୍ରମାଗତ ଦାବି ଉଠି ଆସୁଛି ଯେ ଦିଲ୍ଲୀର ଶାସନ ଗାଦିରେ ତାଙ୍କ କୌଣସି ପ୍ରତିନିଧି ପ୍ରତିନିଧିତ୍ବ କରନ୍ତୁ । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ନିଜ ମା' ଓ ଜେଜେମା' ପରି ଦକ୍ଷିଣରୁ ନିର୍ବାଚନ ଲଢିବା ପାଇଁ ସ୍ଥିର କରିଛନ୍ତି । ସେ ନିଜ ପାରମ୍ପରିକ ଆସନ ଆମେଠୀରୁ ନିର୍ବାଚନ ଲଢିବା ସହ କଂଗ୍ରେସର ଶକ୍ତିଶାଳୀ ଗଡ କୁହାଯାଉଥିବା ୱାୟନାଡରୁ ମଧ୍ୟ ନିର୍ବାଚନ ଲଢିବେ ।

ଇନ୍ଦିରା ଗାନ୍ଧୀ ଚିକମଙ୍ଗଲୁରରୁ ଲଢିଥିଲେ ଉପନିର୍ବାଚନ


ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ 'ଗାନ୍ଧୀ ପରିବାର'ର ପ୍ରଥମ ସଦସ୍ୟ ଥିଲେ ଯିଏ ଦକ୍ଷିଣ ଭାରତରୁ ନିର୍ବାଚନ ଲଢିଥିଲେ । ୧୯୭୭ରେ ରାୟବରେଲୀ ଲୋକସଭା ଆସନରୁ ରାଜ ନାରାୟଣଙ୍କ ଠାରୁ ଇନ୍ଦିରା ପରାଜିତ ହୋଇଥିଲେ । ପରେ ୧୯୭୮ରେ ସେ କର୍ଣ୍ଣାଟକର ଚିକମଙ୍ଗଲୁର ଲୋକସଭା ଆସନରେ ଉପନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଥିଲେ । ଯାହା କଂଗ୍ରେସ ପାଇଁ ସଞ୍ଜିବନୀର କାମ କରିଥିଲା । ଏହି ନିର୍ବାଚନରେ ସେ ବିଜୟ ଲାଭ କରିଥିଲେ । ଏହାର ୨ ବର୍ଷ ଅର୍ଥାତ ୧୯୮୦ର ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ସମସ୍ତ ୨୭ଟି ଆସନରେ କଂଗ୍ରେସ ଜିତିଥିଲା ।


ସୋନିଆ ଗାନ୍ଧୀ ଆମେଠୀ ଓ ବିଲ୍ଲୋରୀରୁ ଲଢିଥିଲେ ନିର୍ବାଚନ


ଇନ୍ଦିରା ଗାନ୍ଧୀଙ୍କ ପରେ ତାଙ୍କ ପୁତ୍ରବଧୂସୋନିଆ ଗାନ୍ଧୀ 'ଗାନ୍ଧୀ ପରିବାର'ର ଦ୍ବିତୀୟ ସଦସ୍ୟ ଥିଲେ ଯିଏ ଦକ୍ଷିଣ ଭାରତର ରାଜନୈତିକ ରଣଭୂମିରେ ଓହ୍ଲାଇଥିଲେ । ସୋନିଆ ୧୯୯୮ରେ ରାଜନୀତିରେ ପାଦ ଥପିଥିଲେ । ୧୯୯୯ର ଲୋକସଭା ନିର୍ବାଚନରେ ସେ ଆମେଠୀ ସହ କର୍ଣ୍ଣାଟକର ବିଲ୍ଲୋରୀ ଲୋକସଭା ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ । ତାଙ୍କ ବିପକ୍ଷରେ ଛିଡା ହୋଇଥିଲେ ବିଜେପିର ବରିଷ୍ଠ ନେତ୍ରୀ ତଥା ବର୍ତ୍ତମାନର ଦେଶର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । ଏହି ନିର୍ବାଚନରେ ସୁଷମାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।


ସୋନିଆଙ୍କ କର୍ଣ୍ଣାଟକ ରାଜନୈତିକ ରଣକ୍ଷେତ୍ରକୁ ଓହ୍ଲାଇବା ପରେ କଂଗ୍ରେସକୁ ଜବରଦସ୍ତ ଫାଇଦା ମିଳିଥିଲା । କର୍ଣ୍ଣାଟକର ୨୮ଟି ଲୋକସଭା ଆସନରୁ କଂଗ୍ରେସକୁ ୧୮ଟି ଆସନ ମିଳିଥିଲା । ଅନ୍ୟପକ୍ଷେ ବିଜେପିକୁ ୭ଟି ଓ ଜନତା ଦଳକୁ ୩ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା।

ବର୍ତ୍ତମାନ ପରିସ୍ଥିତିରେ କେରଳର ୨୦ଟି ଲୋକସଭା ଆସନରୁ କଂଗ୍ରେସ ପାଖରେ ୮ଟି ଆସନ ରହିଛି । କଣ ମା' ଓ ଜେଜେମା'ଙ୍କ ପରି ରାହୁଲ ମଧ୍ୟ ୱାୟନାଡରୁ ନିର୍ବାଚନ ଲଢି କଂଗ୍ରେସ ପାଇଁ ସଞ୍ଜିବନୀ ଆଣି ପାରିବେ । ତାହା ସମୟ କହିବ ।

Last Updated : Apr 1, 2019, 11:48 PM IST

ABOUT THE AUTHOR

...view details