ଅହମଦାବାଦ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଦେଶରୁ ଫେରିଛନ୍ତି । ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ସେ ଶୁକ୍ରବାର ଅହମଦାବାଦସ୍ଥିତ ମେଟ୍ରୋପଲିଟାନ କୋର୍ଟରେ ହାଜର ହେବେ । ଅହମଦାବାଦ ଏଡିସି ବ୍ୟାଙ୍କ ପକ୍ଷରୁ ଏହି ଅପରାଧିକ ମାନହାନୀ ମାମଲା ଦାଏର ହୋଇଛି।
ଆଜି ଅହମଦାବାଦ ମେଟ୍ରୋପଲିଟାନ କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ - ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ମାନହାନୀ ମାମଲା
ଅହମଦାବାଦ ଏଡିସି ବ୍ୟାଙ୍କ ପକ୍ଷରୁ ଦାଖଲ ମାନହାନୀ ମାମଲାରେ ଶୁକ୍ରବାର ମେଟ୍ରୋପଲିଟାନ କୋର୍ଟରେ ହାଜର ହେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।
ଫାଇଲ ଫଟୋ
ଗତ 8 ନଭେମ୍ବର 2016ରେ ହୋଇଥିବା ବିମୁଦ୍ରାକରଣ ଦିନ ଅହମଦାବାଦ ଏଡିସି ବ୍ୟାଙ୍କ 750 କୋଟି ଟଙ୍କା ଅଦଳବଦଳ ହୋଇଥିବା ନେଇ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ । ତାଙ୍କର ଆରୋପ ତଥ୍ୟହୀନ ଓ ଏଡିସିର ମାନହାନୀ କରୁଛି ବୋଲି ବ୍ୟାଙ୍କ ପକ୍ଷରୁ ସ୍ଥାନୀୟ ମେଟ୍ରୋପଲିଟାନକୋର୍ଟରେ ଦାଏର ହୋଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଥିଲା।
TAGGED:
ଅହମଦାବାଦ ମେଟ୍ରୋପୋଲିଟାନ କୋର୍ଟ