ଓଡିଶା

odisha

ETV Bharat / bharat

ରେୱାରେ ଉଦଘାଟିତ ହେଲା ବୃହତ୍ତମ ସୌର ଶକ୍ତି ପ୍ରକଳ୍ପ, ଅସତ୍ୟାଗ୍ରହୀ ! ଲେଖିଲେ ରାହୁଲ - ରେୱାରେ ଉଦଘାଟିତ ହେଲା ବୃହତ୍ତମ ସୌର ଶକ୍ତି ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମଧ୍ୟପ୍ରଦେଶର ରେୱାଠାରେ ଏସିଆର ବୃହତ୍ତମ ସୌର ଶକ୍ତି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ଏହାକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ ପିଏମଓ ଦେଇଥିବା ଟ୍ବିଟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ

By

Published : Jul 12, 2020, 1:11 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମଧ୍ୟପ୍ରଦେଶର ରେୱାଠାରେ ଏସିଆର ବୃହତ୍ତମ ସୌର ଶକ୍ତି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ଏହାକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ ପିଏମଓ ଦେଇଥିବା ଟ୍ବିଟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାହୁଲ ଗାନ୍ଧୀ ଏହାକୁ ଅସତ୍ୟାଗ୍ରହୀ ବୋଲି କହିଛନ୍ତି ।

ଶୁକ୍ରବାର ମୋଦି ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପକୁ ଉତ୍ସର୍ଗୀକୃତ କରିଛନ୍ତି। ଏହି ପ୍ରକଳ୍ପରେ 250 ମେଗାୱାଟ କ୍ଷମତା ବିଶିଷ୍ଟ 3ଟି ୟୁନିଟ୍ ରହିଛି । ଏହି ସୌର ଶକ୍ତି ପ୍ରକଳ୍ପର ଉତ୍ପାଦନ କ୍ଷମତା 750 ମେଗାୱାଟ । ଏହି ପ୍ରକଳ୍ପର 24 ପ୍ରତିଶତ ବିଦ୍ୟୁତ୍ ଦିଲ୍ଲୀ ମେଟ୍ରୋକୁ ଦିଆଯିବ । ଏହି ପ୍ରକଳ୍ପର ଶୁଭାରମ୍ଭ ପରେ ପିଏମଓ ଟ୍ବିଟ୍ କରିଥିଲା, ‘ଆଜି ରେୱା ପ୍ରକୃତରେ ଇତିହାସ ସୃଷ୍ଟି କରିଛି । ରେୱାର ପରିଚୟ ମା ନର୍ମଦା ଓ ଧଳାବାଘର ନାମରେ ଚିହ୍ନଟ କରାଯାଇଛି। ବର୍ତ୍ତମାନ ଏସିଆର ବୃହତ୍ତମ ସୌର ଶକ୍ତି ପ୍ରକଳ୍ପର ନାମ ଏଥିରେ ଯୋଡିଯାଇଛି ’। ପିଏମଓର ଏହି ଟ୍ବିଟରେ ରାହୁଲ ଗାନ୍ଧୀ ରିଟ୍ବିଟ କରି ଲେଖିଛନ୍ତି, ‘ଅସତ୍ୟାଗ୍ରହ’ ।

ରାହୁଲ ଗାନ୍ଧୀ ବର୍ତ୍ତମାନ ଲକଡାଉନ୍ ନୀତି, ଲଦାଖରେ ଚୀନ ଆକ୍ରମଣ ଓ ବିକାଶ ଦୁବେ ଏନକାଉଣ୍ଟର ସମ୍ପର୍କରେ ଟ୍ବିଟ୍ ମାଧ୍ୟମରେ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି । ପ୍ରକାଶଥାଉକି, ସତ୍ୟଗ୍ରହ ହେଉଛି ଏକ ହିନ୍ଦୀ ଶବ୍ଦ । ଏହାର ଅର୍ଥ ହେଉଛି ସତ୍ୟ ପାଇଁ ଆଗ୍ରହ । ଏହାର ବିପରୀତରେ ଅସତ୍ୟାଗ୍ରହ ଅର୍ଥାତ ଅସତ୍ୟ ପାଇଁ ଉତ୍ସାହ କିମ୍ବା ମିଥ୍ୟାର ଅନୁରୋଧ ।

ABOUT THE AUTHOR

...view details