ଓଡିଶା

odisha

ETV Bharat / bharat

ହରିୟାଣାରେ ରାହୁଲଙ୍କ ଟ୍ରାକ୍ଟର ରାଲିକୁ ମିଳିଲା ଅନୁମତି - ହରିୟାଣା ଟ୍ରାକ୍ଟର ରାଲି

ହରିୟାଣାର କ୍ଷେତି ବଚାଓ ରାଲିରେ ସାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାଜ୍ୟକୁ ପ୍ରବେଶ ଉପରେ ରୋକ ପରେ ଏବେ ରାଲି ପାଇଁ ମିଳିଛି ଅନୁମତି । ଅଧିକ ପଢନ୍ତୁ...

ହରିୟାଣା ଟ୍ରାକ୍ଟର ରାଲି ଉପରେ ଲାଗିଲା ରୋକ, ରାଜ୍ୟ ସୀମାରେ ରାହୁଲଙ୍କ ଧାରଣା
ହରିୟାଣା ଟ୍ରାକ୍ଟର ରାଲି ଉପରେ ଲାଗିଲା ରୋକ, ରାଜ୍ୟ ସୀମାରେ ରାହୁଲଙ୍କ ଧାରଣା

By

Published : Oct 6, 2020, 4:45 PM IST

Updated : Oct 6, 2020, 5:18 PM IST

ଚଣ୍ଡିଗଡ: କୃଷି ଆଇନକୁ ନେଇ କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କୁ ଘେରିବାରେ ଲାଗିଛି ବିରୋଧୀ କଂଗ୍ରେସ । ଏପରିସ୍ଥିତିରେ ସ୍ଥାନେ ସ୍ଥାନେ ରାଲି ଓ ପ୍ରଦର୍ଶନ ମାଧ୍ୟମରେ କଂଗ୍ରେସ କେନ୍ଦ୍ରରେ ନେତୃତ୍ବଧୀନ ମୋଦି ସରକାରଙ୍କୁ କରୁଛି ଟାର୍ଗେଟ । ଏହି କ୍ରମରେ ହରିୟାଣାର କ୍ଷେତି ବଚାଓ ରାଲିରେ ସାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ହରିୟାଣା ଟ୍ରାକ୍ଟର ରାଲି ଉପରେ ଲାଗିଲା ରୋକ, ରାଜ୍ୟ ସୀମାରେ ରାହୁଲଙ୍କ ଧାରଣା

ପଞ୍ଜାବରେ ତିନି ଦିନିଆ ଯାତ୍ରା ଶେଷ କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିୟାଣାରେ ପହଞ୍ଚିଛନ୍ତି । ଏଠାରେ ଆରମ୍ଭ ହୋଇଛି ରାହୁଲଙ୍କ ଟ୍ରାକ୍ଟର ରାଲି। ତେବେ ସେ ନିଜେ ଟ୍ରାକ୍ଟର ଚଳାଉଥିବାର ଦେଖିବାକୁ ମିଳିଛି । ଏହି ରାଲିରେ ପଞ୍ଜାବ ଓ ହରିୟାଣା କଂଗ୍ରେସର ଅନେକ ନେତା ସାମିଲ ଅଛନ୍ତି ।

ରାଲିରେ କଂଗ୍ରେସ ନେତା ଓ କର୍ମୀମାନେ କୃଷି ଆଇନ ବିରୋଧରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସ୍ଳୋଗାନ ଦେଉଛନ୍ତି । ରାହୁଲ ଗାନ୍ଧୀ ଚଳାଉଥିବା ଟ୍ରାକ୍ଟରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ । ତେବେ ରାହୁଲଙ୍କୁ ହରିୟାଣାକୁ ପ୍ରବେଶ କରିବାକୁ ଅନୁମତି ମିଳିଛି । ପୂର୍ବରୁ ରାଲି ଉପରେ ରୋକ ଲଗାଇଯାଇଥିଲା । ଏପରିସ୍ଥିତିରେ ରାହୁଲ ପଞ୍ଜାବ ଓ ହରିୟାଣା ସୀମାରେ ଧାରଣା ଦେଇଥିଲେ ।

Last Updated : Oct 6, 2020, 5:18 PM IST

ABOUT THE AUTHOR

...view details