ଓଡିଶା

odisha

By

Published : Jan 23, 2020, 12:04 PM IST

ETV Bharat / bharat

ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଜାନୁଆରୀ 28ରେ ଜୟପୁରରେ ବିଶାଳ ୟୁଥ ରାଲି

ଜାନୁଆରୀ 28 ତାରିଖରେ କେନ୍ଦ୍ର ନେତୃତ୍ବାଧୀନ ବିଜେପି ସରକାରଙ୍କ ‘ଜନ ବିରୋଧୀ ନୀତି’କୁ ବିରୋଧ କରି ଏକ ବିଶାଳ ଯୁବ ସମାବେଶ ଜୟପୁରରେ ଆୟୋଜିତ କରୁଛି କଂଗ୍ରେସ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ଜୟପୁର: ଜାନୁଆରୀ 28 ତାରିଖରେ କେନ୍ଦ୍ର ନେତୃତ୍ବାଧୀନ ବିଜେପି ସରକାରଙ୍କ ‘ଜନ ବିରୋଧୀ ନୀତି’କୁ ବିରୋଧ କରି ଏକ ବିଶାଳ ଯୁବ ସମାବେଶ ଜୟପୁରରେ ଆୟୋଜିତ କରୁଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ବିରୋଧରରେ ରଣ ହୁଙ୍କାର ଡାକରା ଦେଇଛି କଂଗ୍ରେସ । ଏହି ବିଶାଳ ଯୁବ ରାଲିର ନେତୃତ୍ବ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନେବେ ବୋଲି ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଜାନୁଆରୀ 28ରେ ଜୟପୁରରେ ବିଶାଳ ୟୁଥ ରାଲି

ଏହି ‘ଯୁବ ଆକ୍ରାେଶ ରାଲି’ରେ ମୁଖ୍ୟତଃ ଦେଶର ଯୁବକ ଓ ଛାତ୍ରମାନେ ସାମ୍ନା କରୁଥିବା ସମସ୍ୟାକୁ ନଜରରେ ରଖି କେନ୍ଦ୍ର ସରକାରଙ୍କୁ ଘେରିବ କଂଗ୍ରେସ । ଦେଶରେ ବଢୁଥିବା ବେକାରୀ ସମସ୍ୟା, ବେରୋଜଗାରୀ ଓ ଅର୍ଥନୀତିର ଦୂରାବସ୍ଥା ନେଇ ବିଜେପି ସରକାରଙ୍କ ବିରୋଧରେ ଜୟପୁରରେ ଗର୍ଜିବ କଂଗ୍ରେସ ।

ବୁଧବାର ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ରାଲି ନେଇ ଚୂଡାନ୍ତ ତାରିଖ ଘୋଷଣା କରାଯାଇଛି । ଏହାସହ ରାଜ୍ୟର ସମସ୍ତ ଯୁବକ, କଂଗ୍ରେସ ଯୁବ ନେତା ଓ କର୍ମୀଙ୍କୁ ଭାଗ ନେବା ପାଇଁ ଦଳ ପକ୍ଷରୁ ଆହ୍ବାନ ଦିଆଯାଇଛି । ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉପସ୍ଥିତ ରହିଥିଲେ ।

ABOUT THE AUTHOR

...view details