କୋଲକାତା: ସାଧାରଣ ନିର୍ବାଚନର ତାରିଖ ଘୋଷଣା ସହ ଆରମ୍ଭ ହୋଇଯାଇଛି ନିର୍ବାଚନୀ ପ୍ରଚାର । ସମସ୍ତ ରାଜନୈତିକ ଦଳର ନେତାମାନେ ଓହ୍ଲାଇ ପଡିଛନ୍ତି ନିର୍ବାଚନୀ ମୈଦାନରେ । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ଆଜି(ଶନିବାର) ପ୍ରଥମେ ବିହାରର ପୁର୍ଣ୍ଣିଆ ପରେ ପଶ୍ଚିମବଙ୍ଗର ମାଲଦାରେ କରିଛନ୍ତି ନିର୍ବାଚନୀ ସଭା । ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ବିରୋଧୀ ଦଳକୁ ଏକାଠି କରିବା ପାଇଁ ପ୍ରୟାସ କରୁଥିବାବେଳେ ରାହୁଲ ମମତାଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି । ଏହାସହ ସେ ସଭାରେ ସେ ସିଧା ସଳଖ ପ୍ରଧାନମନ୍ତ୍ରୀ ମୋଦି ଓ ବାମ ଦଳକୁ ମଧ୍ୟ କରିଛନ୍ତି ଟାର୍ଗେଟ ।
ମମତାଙ୍କ ଗଡରେ ରାହୁଲଙ୍କ ଗର୍ଜନ, ନିଶାନାରେ ମମତା ଓ ବାମ ଦଳ - CPM
ବର୍ତ୍ତମାନ ସମୟରେ ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ପରିଚାଳିତ ହେଉଛି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି । ମମତା ବିରୋଧରେ ରାହୁଲଙ୍କ ଏହି ମନ୍ତବ୍ୟ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ କଂଗ୍ରେସ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବିରୋଧରେ ଖୋଲାଖୋଲି ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ।
ବର୍ତ୍ତମାନ ସମୟରେ ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ପରିଚାଳିତ ହେଉଛି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି । ମମତା ବିରୋଧରେ ରାହୁଲଙ୍କ ଏହି ମନ୍ତବ୍ୟ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ କଂଗ୍ରେସ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବିରୋଧରେ ଖୋଲାଖୋଲି ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ।
ଆପଣମାନେ ବର୍ଷ ବର୍ଷ ସିପିଏମକୁ ଦେଖିଛନ୍ତି । ଯାହା ଗୋଟିଏ ସଙ୍ଗଠନ ସମଗ୍ର ରାଜ୍ୟକୁ ନିୟନ୍ତ୍ରଣ କରି ରଖିଥିଲେ । ପୁଣି ଆପଣମାନେ ମମତା ସରକାରଙ୍କୁ ନିର୍ବାଚିତ କରିଛନ୍ତି । ଯେଉଁ ଅତ୍ୟାଚାର ସିପିଏମ ସମୟରେ ହେଉଥିଲା ବର୍ତ୍ତମାନ ମମତା ସରକାରରେ ମଧ୍ୟ ସେହି ଅତ୍ୟାଚାର ଚାଲିଛି । ସେହି ସମୟରେ ସଙ୍ଗଠନ ପାଇଁ ସରକାର ପରିଚାଳିତ ହେଉଥିଲା । ବର୍ତ୍ତମାନ ଜଣେ ବ୍ୟକ୍ତି ପାଇଁ ସରକାର ପରିଚାଳିତ ହେଉଛି ବୋଲି ରାହୁଲ କହିଛନ୍ତି ।
ରାହୁଲ କହିଛନ୍ତି ଯେ, ଆପଣମାନେ ଆମ୍ବ ଅମଳ କରନ୍ତୁ, ଆମେ ଏହା ପାଇଁ ଫ୍ୟାକ୍ଟ୍ରି ଲଗାଇବୁ । ସେହି ଫ୍ୟାକ୍ଟ୍ରିରୁ ଆପଣଙ୍କ ଆମ୍ବ ସମଗ୍ର ଦେଶକୁ ରପ୍ତାନୀ କରାଯିବ । ଏହା ଏହି ଆମ୍ବର ସଠିକ ମୂଲ୍ୟ ଦିଆଯିବ । ଏହାସହ ବିଗତ ୫ ବର୍ଷରେ ମୋଦି ସରକାର ୧୫ ଉଦ୍ୟୋଗପତିଙ୍କ ୩ ଲକ୍ଷ କୋଟି ଟଙ୍କାର ଋଣ ମାଫ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ।