ଓଡିଶା

odisha

ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ରାହୁଲଙ୍କ ପ୍ରଶ୍ନ, ଚୀନ ସେନାକୁ କେବେ ଉଠାଇ ଫିଙ୍ଗିବେ?

By

Published : Oct 20, 2020, 5:47 PM IST

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଚୀନ ବିଷୟରେ କୁହନ୍ତୁ ବୋଲି ଟ୍ବିଟରେ ଲେଖିଛନ୍ତି ରାହୁଲ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ରାହୁଲଙ୍କ ପ୍ରଶ୍ନ, ଚୀନ ସେନାକୁ କେବେ ଉଠାଇ ଫିଙ୍ଗିବେ?
ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ରାହୁଲଙ୍କ ପ୍ରଶ୍ନ, ଚୀନ ସେନାକୁ କେବେ ଉଠାଇ ଫିଙ୍ଗିବେ?

ନୂଆଦିଲ୍ଲୀ: ଆଉ କେଇ ଘଣ୍ଟାର ଅପେକ୍ଷା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାର କିଛି ସମୟ ପୂର୍ବରୁ ଟ୍ବିଟ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଚୀନ ବିଷୟରେ କୁହନ୍ତୁ ବୋଲି ଟ୍ବିଟରେ ଲେଖିଛନ୍ତି ରାହୁଲ ।

ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ରାହୁଲଙ୍କ ପ୍ରଶ୍ନ, ଚୀନ ସେନାକୁ କେବେ ଉଠାଇ ଫିଙ୍ଗିବେ?

କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ଟ୍ବିଟରେ ଲେଖିଛନ୍ତି, ପ୍ରିୟ ପ୍ରଧାନମନ୍ତ୍ରୀ, ସଂଧ୍ୟା 6ଟାରେ ଆପଣ ଦେଶବାସୀଙ୍କ ଉଦ୍ଦେଶ୍ୟରେ କରିବାକୁ ଥିବା ସମ୍ବୋଧନରେ ଭାରତୀୟ ସୀମାରୁ ଚୀନକୁ କେବେ ଉଠାଇ ଫିଙ୍ଗିବେ ସେନେଇ ବାର୍ତ୍ତା ଦିଅନ୍ତୁ ବୋଲି ରାହୁଲ କହିଛନ୍ତି ।

ଭାରତ ସହ ଚୀନର ବାରମ୍ବାର ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଆସୁଛନ୍ତି ରାହୁଲ ଗାନ୍ଧୀ । ଚୀନ ସେନା ଭାରତର ସୀମାକୁ ପ୍ରବେଶ କରି ଜାଗା ଦଖଲ କରିଥିବା ଦାବି କରୁଛି କଂଗ୍ରେସ । ଅନ୍ୟପକ୍ଷେ କଂଗ୍ରେସର ଏହି ଦାବିକୁ ଅନେକ ପୂର୍ବରୁ କେନ୍ଦ୍ର ସରକାର ଖଣ୍ଡନ କରିସାରିଛନ୍ତି । ଚୀନ ଆମ ଦେଶର ଗୋଟିଏ ଇଞ୍ଚ ଜାଗା ଦଖଲ କରିନଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ପୂର୍ବରୁ ରାହୁଲ ପଞ୍ଜାବର ଏକ ଟ୍ରାକ୍ଟର ରାଲିରେ ନିଜ ସମ୍ବୋଧନରେ କହିଥିଲେ ଯେ ତାଙ୍କ ସରକାର କ୍ଷମତାରେ ଥିରେ ସେ 15 ମିନିଟ ମଧ୍ୟରେ ଚୀନ ସେନାକୁ ଭାରତୁ ଉଠାଇ 100 ମିଟର ପଛକୁ ଫିଙ୍ଗିଦେଇଥାନ୍ତେ । ତେବେ ରାହୁଲଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ତାଙ୍କ ସମାଲୋଚନାର ମଧ୍ୟ ସାମ୍ନା କରିବାକୁ ପଡିଥିଲା । ଅନେକ ଏହି ବୟାନକୁ ନେଇ କଟାକ୍ଷ ମଧ୍ୟ କରିଥିଲେ ।

ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀଙ୍କ ସପ୍ତମ ଥର ଦେଶବାସୀଙ୍କୁ ସମ୍ବୋଧନ । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କେଉଁ ବାର୍ତ୍ତା ଦେବେ ତାହା ଜଣାପଡିନାହିଁ । ହେଲେ ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପାର୍ବଣରେ କିଭଳି ସତର୍କତା ଅବଲମ୍ବନ କରିହେବ ଏନେଇ ସେ କିଛି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ABOUT THE AUTHOR

...view details