ଓଡିଶା

odisha

ETV Bharat / bharat

ମନୋହରଙ୍କ ବିସ୍ଫୋରକ ବୟାନ, ରାହୁଲଙ୍କ ଟାର୍ଗେଟ୍ - କାଶ୍ମୀର

ମନୋହର ଲାଲଙ୍କ ବୟାନକୁ ନେଇ ବିବାଦ । ଧାରା 370 ଉଚ୍ଛେଦ ପରେ କାଶ୍ମୀର ଝିଅଙ୍କୁ ଏବେ ବୋହୂ କରିହେବ ବୋଲି ବୟାନ ଦେଇଥିଲେ ହରିୟାଣା ମୁଖ୍ୟମନ୍ତ୍ରୀ । ମନୋହରଙ୍କ ଏପରି ବୟାନ କାଶ୍ମୀର ମହିଳାଙ୍କୁ ଘୃଣ୍ୟ ଏବଂ ନୀଚ ଦର୍ଶାଉଥିବା କହିଛନ୍ତି ରାହୁଲ ଗାନ୍ଧୀ ।

ଫାଇଲ ଫଟୋ

By

Published : Aug 11, 2019, 1:28 AM IST

ନୂଆଦିଲ୍ଲୀ: କଂଗ୍ରେସj ପୂର୍ବତନ ଅଧକ୍ଷ ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। କାଶ୍ମୀର ମହିଳାଙ୍କ ଉପରେ ବିସ୍ଫୋରକ ବୟାନ ଦେଇ ବିବାଦରେ ଫସିଛନ୍ତି ମନୋହର । ଯାହାକୁ ନେଇ ତୀବ୍ର ବିରୋଧ କରିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ କହିଛନ୍ତି, ମନୋହର କାଶ୍ମୀର ମହିଳାଙ୍କୁ ‘ନୀଚ’ ବୋଲି ଦର୍ଶାଇଛନ୍ତି । ଅସୁରକ୍ଷିତ ପୁରୁଷମାନଙ୍କ ଉପରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରଶିକ୍ଷଣ କିଛି ପ୍ରଭାବ ପକାଇବ ନାହିଁ । ତେଣୁ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ନିନ୍ଦନୀୟ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଶୁକ୍ରବାର ମନୋହରଲାଲ ଖଟ୍ଟର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପରେ ଟ୍ବିଟ କରି କହିଥିଲେ ଧାରା 370 ଉଚ୍ଛେଦ ପରେ କାଶ୍ମୀରର ଝିଅଙ୍କୁ ବିବାହ କରିବା ପାଇଁ ରାସ୍ତା ପରିଷ୍କାର ହୋଇଯାଇଛି । ପୂର୍ବରୁ ବିହାର ଝିଅଙ୍କୁ ବୋହୂ କରାଯାଉଥିଲା । ଏବେ କାଶ୍ମୀର ଝିଅ ବୋହୂ ହେବେ କହିଥିଲେ ମନୋହର । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ସେହିପରି ମହିଳା କଂଗ୍ରେସ ମୁଖ୍ୟ ସୁସ୍ମିତା ଦେବ କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମାନସିକ ବିକାରଗ୍ରସ୍ତ ହୋଇପଡ଼ିଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ଉପରେ ଏପରି ଆପତ୍ତିଜନଙ୍କ ଶଦ୍ଦ ବ୍ୟବହାର କରିବା କଳ୍ପନା ବାହାରେ । ତେଣୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଯଥାଶୀଘ୍ର ମନୋହରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଉଚିତ ବୋଲି କହିଛନ୍ତି ସୁସ୍ମିତା ।

ABOUT THE AUTHOR

...view details