ଭୁବନେଶ୍ବର:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଆକ୍ରମଣ ଜାରି ରଖିଛନ୍ତି । ଚୀନ, ଅର୍ଥନୀତି ପରେ ଏବେ ବେକାରୀ ପ୍ରସଙ୍ଗକୁ ଫେରି ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ସିଧା ସଳଖ ସମାଲୋଚନା କରିଛନ୍ତି ।
ଆଜି ( ରବିବାର) ଦଳର ଯୁବ ଶାଖା ସ୍ଥାପନା ଦିବସରେ ରାହୁଲ ବେକାରୀ ପ୍ରସଙ୍ଗ ଉତ୍ଥାପନ କରି ସରକାରଙ୍କୁ ଯବାବ ମାଗିଛନ୍ତି । ନିଜ ଟ୍ବିଟର ହ୍ୟାଣ୍ଡଲରେ ଭିଡିଓ ଜାରି କହିଛନ୍ତି ମୋଦି 2014 ରେ ବର୍ଷକୁ 2 କୋଟି ଯୁବକଙ୍କୁ ରୋଜଗାର ଦେବେ ବୋଲି କହିଥିଲେ । ବହୁତ ସ୍ବପ୍ନ ଦେଖାଇଥିଲେ । କିନ୍ତୁ ଏବେ ସତ ସାମାନକୁ ଆସିଛି । ମୋଦି ଦେଶର 14 କୋଟି ଲୋକଙ୍କୁ ବେରୋଜଗାର କରିଦେଇଛନ୍ତି ।
ସେ ପ୍ରଶ୍ନ କରିଛନ୍ତି ଏହା କାହିଁକି ହେଲା ? ଭୁଲ ନୀତି ପାଇଁ ଏହି ସବୁ ସମସ୍ୟା ଉପୁଜିଲା । ନୋଟବନ୍ଦୀ, ଜିଏସଟି ଲକଡାଉନ ଏହି 3 ଟି କାରଣ ପାଇଁ ଏହି ସବୁ ସଂକଟ ସୃଷ୍ଟି ହୋଇଛି । ସତ ଏହାଯେ ଏହି ସବୁ ଭୁଲ ନୀତି ନିର୍ଦ୍ଧାରଣ ପାଇଁ ହିନ୍ଦୁସ୍ତାନ ଏବେ ନିଜ ଲୋକଙ୍କୁ ନିଯୁକ୍ତି ଦେବାରେ ବିଫଳ । ଏହି ସବୁ ପ୍ରସଙ୍ଗ ଲୋକଙ୍କ ସାମନାକୁ ଆଣିବା ପାଇଁ ବର୍ତ୍ତମାନ ଯୁବ କଂଗ୍ରେସ ସାରା ଭାରତରେ ଅଭିଯାନ ଆରମ୍ଭ କରିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।