ଓଡିଶା

odisha

ETV Bharat / bharat

ସିଏଏ ତାତି: ଆସାମରେ ଗର୍ଜିଲେ ରାହୁଲ - assam guwahati

ସିଏଏକୁ ନେଇ ଆନ୍ଦୋଳନ ଜାରି ରଖିଛି କଂଗ୍ରେସ । ଶନିବାର ଦଳର ସ୍ଥାପନା ଦିବସରେ ଦଳ ଗଣତନ୍ତ୍ର ବଞ୍ଚାଅ ରାଲି କରି ସାରା ଦେଶରେ ଆନ୍ଦୋଳନ କରିଛି । ଏହି ଅବସରରେ ଦଳର ପୂର୍ବତନ ଅଧ୍ୟକ୍ଷ ବିଜେପିକୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ..

PHOTO
rahul gandhi

By

Published : Dec 28, 2019, 8:53 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ବିଚଳିତ ହୋଇପଡିଛି କଂଗ୍ରେସ । ସିଏଏ ଯେମିତି କଂଗ୍ରେସକୁ ଏବେ ରାଜନୈତିକ ସଂକଟରେ ପକାଇଦେଇଛି । ଦଳ ଯେକୌଣସି ମତେ ଦେଶରେ ଚାଲିଥିବା ଆନ୍ଦୋଳନକୁ ବଳ ଦେବାକୁ ପ୍ରୟାସ କରୁଛି । ଯହା ଦ୍ବାରା ଆଜି ଦଳର ପ୍ରତିଷ୍ଠା ଦିବସରେ ମଧ୍ୟ ଦଳ ସିଏଏ ବିରୋଧରେ ଆନ୍ଦୋଳନ ଜାରି ରହିଛି ।


ଆଜି (ଶନିବାର) କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସାମର ଗୌହାଟୀରେ ଗଣତନ୍ତ୍ର ବଞ୍ଚାଅ ରାଲିରେ ଯୋଗଦେଇ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି । ସିଏଏ ଆସିବା ପରେ ପୂର୍ବତ୍ତୋର ରାଜ୍ୟରେ ଆନ୍ଦୋଳନ ଚାଲିଥିବା ବେଳେ ଆଜି ଏଥିରେ ସାମିଲ ହୋଇଛନ୍ତି ରାହୁଲ ଗାନ୍ଧୀ । ରାହୁଲ ଏକ ଜନ ସାମାବେଶକୁ ଉଦବୋଧନ କରି କହିଛନ୍ତି ମିଛ, ପ୍ରତିଶୋଧ ଓ ଭୟର ବାତାବରଣ ସୃଷ୍ଟି କରି ଆସାମକୁ ଆଗକୁ ବଢାଇବାକୁ ଉଦ୍ୟମ ହେଉଛି । ଖୁସୀ ଓ ଦୁଃଖରେ ମୁଁ ଆସାମ ଲୋକଙ୍କ ସହ ଅଛି । ବିଜେପି ଯୁବକଙ୍କୁ ମାରିବା ପାଇଁ ଚାହୁଁଛି, ଆସାମର ଇତିହାସ, ସଂସ୍କୃତି ଉପରେ ଆକ୍ରମଣ କରୁଛି । ଦେଶରେ ବର୍ତ୍ତମାନ ସବୁଠାରୁ ଅଧିକ ବେକାରୀ ସମସ୍ୟା ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ କାମ କେବଳ ମିଛ କହିବା ଓ ଦେଶକୁ ଭାଗ ଭାଗ କରିବା ବୋଲି ସେ ଅଭିଯୋଗ କରିଛନ୍ତି । ଏହାସହ ରାହୁଲ ଗାନ୍ଧୀ ଗମ୍ଭୀର ଅଭିଯୋଗ କରି କହିଛନ୍ତି ଆସାମକୁ ଆରଏସଏସ ଓ ଆରଏସଏସ ଦ୍ବାରା ପରିଚାଳିତ ଲୋକ ଶାସନ କରିପାରିବେ ନାହିଁ । ଆସାମକୁ ଆସମ ଲୋକ ହିଁ ଶାସନ କରିବେ ।


ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ମୁଁ ନିର୍ବାଚନ ପୂର୍ବରୁ ଭବିଷ୍ୟତବାଣୀ କରିଥିଲି ଯଦି ବିଜେପି କ୍ଷମତାକୁ ଫେରେ ପୁଣିଥରେ ଆସାମରେ ହିଂସା ଆରମ୍ଭ ହେବ । ଏବେ ମୋର ଭବିଷ୍ୟତବାଣୀ ସତ ହେଉଛି ବୋଲି କହିଛନ୍ତି । ମୁଁ କହୁନାହିଁ ଆସାମର ସବୁକିଛି ଜାଣିଛି । କିନ୍ତୁ ଏତିକି ଜାଣିଛି ଆସାମର ସଂସ୍କୃତି ମହାନ । ଆପଣ ଭାବନାକୁ ମୁଁ ଅନୁଭବ କରୁଛି । ମୁଁ ଆସାମରୁ ଭାଇଚାରା ଶିଖିଛି । ମତେ ଭୟ ଲାଗୁଛି ବିଜେପି ପୁଣିଥରେ ଆସାମକୁ ହିଂସା ପଥରେ ଛାଡିଦେବ । କିନ୍ତୁ ଆସାମ ବାସୀ ସ୍ବାଭିମାନୀ, ଆସାମ ବାସୀଙ୍କ ଶକ୍ତି ଅଛି । ବିଜେପିର କୌଣସି ଷଡଯନ୍ତ୍ର କାମ ଦେବ ନାହିଁ ବୋଲି କହିଛନ୍ତି ।

ସମସ୍ତ ଆସାମ ଲୋକଙ୍କୁ ଏକାଠି ହେବାକୁ ପଡିବ ଆସାମର ସଂସ୍କୃତି ଓ ଇତିହାସକୁ ବିଜେପି ଆକ୍ରମଣ କରିପାରିବ ନାହିଁ । ଆସାମ ଚୁକ୍ତି ହେଉଛି ଆସାମ ଶାନ୍ତିର ମୂଳଦୁଆ । ଏହି ଚୁକ୍ତି ଓ ଭାବନାକୁ ଭାଙ୍ଗ କରାଯାଇପାରିବ ନାହିଁ । ଆସାମକୁ ଭାଗ ଭାଗ କରି ହିଂସା ସୃଷ୍ଟି କରିବାକୁ ଚାହୁଁଥିବା ବିଜେପି ଏଥିରେ ସଫଳ ହେବ ନାହିଁ ବୋଲି ରାହୁଲ କହିଛନ୍ତି ।

ABOUT THE AUTHOR

...view details