ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚୀନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଆଟାକ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ବ୍ୟବହାର କରି ସେ ଏଥର ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ଯେ, ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା 'ଅସତ୍ୟର ମଇଳା' ମଧ୍ୟ ସଫା କରିବାକୁ ପଡିବ। ଦେଶକୁ ଚୀନ ଆକ୍ରମଣର ସତ୍ୟତା କହି ପ୍ରଧାନମନ୍ତ୍ରୀ ସତ୍ୟଗ୍ରାହ ଆରମ୍ଭ କରିବେ କି?
ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ; 'ଦେଶରେ ବଢୁଥିବା ଅସତ୍ୟର ମଇଳା ବି ହେବ ସଫା' - rahul gandhi target pm modi
ଲଦାଖ ରେ ଚୀନ ଓ ଭାରତ ସୈନ୍ୟ ମଧ୍ୟରେ ହୋଇଥିବା ଆକ୍ରମଣ ପରଠାରୁ ରାହୁଲ ଗାନ୍ଧୀ ବାରମ୍ବାର ମୋଦି ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି । ଅଧିକ ପଢନ୍ତୁ...
![ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ; 'ଦେଶରେ ବଢୁଥିବା ଅସତ୍ୟର ମଇଳା ବି ହେବ ସଫା' ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ; 'ଦେଶରେ ବଢୁଥିବା ଅସତ୍ୟର ମଇଲା ବି କରାଯିବ ସଫା'](https://etvbharatimages.akamaized.net/etvbharat/prod-images/768-512-8353706-260-8353706-1596963892567.jpg)
ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ; 'ଦେଶରେ ବଢୁଥିବା ଅସତ୍ୟର ମଇଲା ବି କରାଯିବ ସଫା'
ରାଷ୍ଟ୍ରୀୟ ପରିମଳ କେନ୍ଦ୍ରର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଦାରିଦ୍ର୍ୟ-ଭାରତ ଛାଡ, ଖୋଲାରେ ଶୌଚ କରିବା- ଭାରତ ଛାଡ, ପାଣି ପାଇଁ ଦ୍ବାର ଦ୍ବାର ବୁଲିବା-ଭାରତ ଛାଡ। ଭାରତ ଛାଡିବାର ଏହି ସମସ୍ତ ସଂକଳ୍ପ ସ୍ବାରଜ୍ୟରୁ ସୁରାଜର ଭାବନାର ଅନୁରୂପ ଅଟେ । ଏହି ପର୍ଯ୍ୟାୟରେ, ଆମ ସମସ୍ତଙ୍କୁ 'ମଇଳା ଭାରତ ଛାଡ' ଏହି ସଂକଳ୍ପକୁ ଆମକୁ ଦୋହରାଇବାକୁ ପଡିବ ।
ରାହୁଲ ଗାନ୍ଧୀ ଚୀନ ପ୍ରସଙ୍ଗରେ ସରକାରଙ୍କୁ ନିରନ୍ତର ଟାର୍ଗେଟ କରୁଛନ୍ତି। ଏହାପୂର୍ବରୁ ମଧ୍ୟ ସେ ଅନେକ ଥର ଟାର୍ଗେଟ କରିଛନ୍ତି ।