ଓଡିଶା

odisha

ଦେଶକୁ ନଷ୍ଟ କରୁଛନ୍ତି ମୋଦି, ଶୀଘ୍ର ଭାଙ୍ଗିବ ଭ୍ରମ: ରାହୁଲ ଗାନ୍ଧୀ

By

Published : Jul 30, 2020, 11:39 AM IST

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାୟନାଡର ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଟାର୍ଗେଟ କରିଛନ୍ତି। ରାହୁଲ ଗୁରୁବାର ଟ୍ବିଟ୍ କରି କହିଛନ୍ତି ଯେ ମୋଦି ଦେଶକୁ ନଷ୍ଟ କରୁଛନ୍ତି।

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାୟନାଡର ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଟାର୍ଗେଟ କରିଛନ୍ତି। ରାହୁଲ ଗୁରୁବାର ଟ୍ବିଟ୍ କରି କହିଛନ୍ତି ଯେ ମୋଦି ଦେଶକୁ ନଷ୍ଟ କରୁଛନ୍ତି। ବିମୁଦ୍ରୀକରଣ, ଜିଏସଟି, କୋରୋନା ମହାମାରୀରେ ବିମୁଦ୍ରୀକରଣ, ଅର୍ଥନୀତି ଓ ରୋଜଗାର ବିଲୋପ ଆଦିକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ତାଙ୍କର ପୁଞ୍ଜିବାଦୀ ଗଣମାଧ୍ୟମ ଏକ ଭ୍ରମ ସୃଷ୍ଟି କରିଛି ଓ ଏହି ଭ୍ରମ ଶୀଘ୍ର ଭାଙ୍ଗିଯିବ ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ରାହୁଲ ଗାନ୍ଧୀ ରାଫେଲ କ୍ରୟ ସମ୍ପର୍କରେ ମୋଦି ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। ସେ ପ୍ରଶ୍ନ କରିଛନ୍ତି, ‘ପ୍ରତ୍ୟେକ ବିମାନର ମୂଲ୍ୟ 526 କୋଟି ବଦଳରେ 1670 କୋଟି କାହିଁକି ଦିଆଗଲା ? 126 ପରିବର୍ତ୍ତେ କେବଳ 36 ବିମାନ କାହିଁକି କିଣାଗଲା ? HAL ବଦଳରେ ଦେବାଳିଆ ଅନିଲ ଅମ୍ବାନୀଙ୍କୁ 30 ହଜାର କୋଟି ଚୁକ୍ତି କାହିଁକି ଦିଆଗଲା ? ’।

ରାହୁଲ ଗାନ୍ଧୀ ସୋମବାର ଚୀନର ଲଦାଖରେ ପ୍ରବେଶକୁ ନେଇ ମୋଦି ସରକାରଙ୍କ ଉପରେ ଆକ୍ରମଣ କରି କହିଥିଲେ ଯେ ସତ୍ୟକୁ ଲୁଚାଇବା ଓ ଚୀନକୁ ଭାରତୀୟ ଜମି ଦଖଲ କରିବାକୁ ଅନୁମତି ଦେବା ଦେଶ ବିରୋଧୀ । କିନ୍ତୁ ଏହା ଉପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଦେଶଭକ୍ତି । ରାହୁଲ ଗାନ୍ଧୀ କହିଥିଲେ କି ଏହା ସ୍ପଷ୍ଟ ଯେ ଚାଇନିଜମାନେ ଆମ ଅଞ୍ଚଳରେ ପ୍ରବେଶ କରିଛନ୍ତି। ଏହା ମୋତେ ବ୍ୟଥିତ କରିଛି ।

ABOUT THE AUTHOR

...view details