ଓଡିଶା

odisha

ETV Bharat / bharat

ୟୁରୋପୀୟ ସାଂସଦଙ୍କ ଜାମ୍ମୁ କାଶ୍ମୀର ଗସ୍ତକୁ ନେଇ ରାହୁଲଙ୍କ ଟାର୍ଗେଟ

ୟୁରୋପୀୟ ସଂସଦର 27 ଜଣ ସାଂସଦଙ୍କ ପ୍ରତିନିଧି ମଣ୍ଡଳର ଜାମ୍ମୁ ଓ କାଶ୍ମୀର ଗସ୍ତକୁ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । ଟ୍ବିଟ କରି କିଛି ଗଡବଡ ଥିବା କହିଲେ ରାହୁଲ ।

ଡିଜାଇନ ଫଟୋ

By

Published : Oct 29, 2019, 9:32 AM IST

ନୂଆଦିଲ୍ଲୀ: ୟୁରୋପୀୟ ସଂସଦର 27 ଜଣିଆ ପ୍ରତିନିଧି ମଣ୍ଡଳ ମଙ୍ଗଳବାର ଜାମ୍ମୁ ଓ କାଶ୍ମୀର ଗସ୍ତ କରୁଛନ୍ତି । ଗସ୍ତ ସମୟରେ ଏହି ପ୍ରତିନିଧି ମଣ୍ଡଳ ଜାମ୍ମୁ ଓ କାଶ୍ମୀରର ମୁଖ୍ୟ ସଚିବ, ରାଜ୍ୟପାଳ ସତ୍ୟପାଲ ମଲିକ ଓ ଘାଟିର ଯୁବକଙ୍କ ସମେତ ଅନେକ ବ୍ୟକ୍ତି ବିଶେଷଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ୟୁରୋପୀୟ ସଂସଦର ଏହି ପ୍ରତିନିଧି ମଣ୍ଡଳଙ୍କ ଭାରତ ଗସ୍ତକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଦେଶୀ ପ୍ରତିନିଧି ମଣ୍ଡଳଙ୍କ ଜାମ୍ମୁ ଓ କାଶ୍ମୀର ଗସ୍ତକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଟ୍ବିଟ କରି ପ୍ରତିକ୍ରିୟା ରଖିଛନ୍ତି । ରାହୁଲ ଟ୍ବିଟରେ ଲେଖିଛନ୍ତି ଯେ ୟୁରୋପୀୟ ସାଂସଦଙ୍କ ଜାମ୍ମୁ ଓ କାଶ୍ମୀର ଗସ୍ତକୁ ସ୍ବାଗତ କରାଯାଉଥିବା ବେଳେ ଭାରତୀୟ ସାଂସଦଙ୍କୁ ରୋକା ଯାଉଛି । ଏଥିରେ କିଛି ଗଡବଡ ଥିବା ରାହୁଲ କହିଛନ୍ତି ।

କାଶ୍ମୀର ଗସ୍ତରେ କରୁଥିବା ୟୁରୋପୀୟ ସଂସଦର ପ୍ରତିନିଧି ମଣ୍ଡଳ ଡଲ ହ୍ରଦ ଯିବେ । ଜାମ୍ମୁ ଓ କାଶ୍ମୀର ମୁଖ୍ୟ ସଚିବ ସାଂସଦଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରିଛନ୍ତି । ପୂର୍ବରୁ ସମସ୍ତ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ଘାଟିର ଅନେକ ବିଷୟ ଉପରେ ଚର୍ଚ୍ଚା କରିବେ ।

ABOUT THE AUTHOR

...view details