ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ମହାମାରୀ ମୁକାବିଲା ପାଇଁ ସରକାର ଗ୍ରହଣ କରିଥିବା ରଣନୀତି ଉପରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଟ୍ବିଟରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥଟ୍ଟା ମଧ୍ୟ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, ଏହା ଏକ ଯଥାର୍ଥ ପ୍ରଶ୍ନ କି ଭାରତ କେତେ ଦିନ ଆଉ ଅପେକ୍ଷା କରିବ । ଆଶା କରୁଥିଲି ଯେ ମୋଦି ‘ମନ୍ କି ବାତ୍’ରେ କୋଭିଡ ପରିଚାଳନା ରଣନୀତି ବିଷୟରେ କହିବେ ।
ପ୍ରଧାନମନ୍ତ୍ରୀ ମୋଦି ‘ମନ କି ବାତ୍’ କାର୍ଯ୍ୟକ୍ରମର 69 ତମ ସଂସ୍କରଣ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। କୃଷକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ଜାତିସଂଘ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ରେକର୍ଡ ହୋଇଥିବା ଭିଡିଓ ମେସେଜ୍ ପରେ ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ହୋଇଛି । ଜାତିସଂଘରେ ମୋଦି ଆତଙ୍କବାଦ, କୋଭିଡ-19 ବିଷୟରେ ଉଦବେଗ ପ୍ରକାଶ କରିଥିଲେ ।