ନୂଆଦିଲ୍ଲୀ: ପୁଣି କୋରୋନା ମହାମାରୀ ନିୟନ୍ତ୍ରଣକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଏପରିକି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟ ଭାରତ ଅପେକ୍ଷା କୋରୋନା ମହାମାରୀକୁ ଭଲ ନିୟନ୍ତ୍ରଣ କରୁଛି ।
କୋରୋନା ନିୟନ୍ତ୍ରଣ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ - କୋରୋନା ମହାମାରୀ ନିୟନ୍ତ୍ରଣ
କୋରୋନା ମହାମାରୀ ନିୟନ୍ତ୍ରଣକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, ଏପରିକି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟ ଭାରତ ଅପେକ୍ଷା କୋରୋନା ମହାମାରୀକୁ ଭଲ ନିୟନ୍ତ୍ରଣ କରୁଛନ୍ତି ।
![କୋରୋନା ନିୟନ୍ତ୍ରଣ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ କୋରୋନା ମହାମାରୀ ନିୟନ୍ତ୍ରଣକୁ ନେଇ କେନ୍ଦ୍ରକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ](https://etvbharatimages.akamaized.net/etvbharat/prod-images/768-512-9192672-373-9192672-1602828270513.jpg)
କୋରୋନା ମହାମାରୀ ନିୟନ୍ତ୍ରଣକୁ ନେଇ କେନ୍ଦ୍ରକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ
ତେବେ ବିଗତ କିଛି ମାସ ଧରି ରାହୁଲ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହା ପୂର୍ବରୁ ରାହୁଲ ଗାନ୍ଧୀ ଦେଶରେ ଅର୍ଥନିତୀକୁ ନେଇ ମୋଦି ସରକାରଙ୍କୁ ଘେରିଥିଲେ ।
ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ବର୍ତ୍ତମାନ ପାକିସ୍ତାନରେ ମୋଟ 3 ଲକ୍ଷ 21 ହଜାର 877 କୋରୋନା ଆକ୍ରାନ୍ତ ରହିଛନ୍ତି । ସେହିପରି ଆଫଗାନିସ୍ତାନରେ ମୋଟ 40,026 କୋରୋନା ମାମଲା ରହିଛି । ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 73 ଲକ୍ଷ 70 ହଜାର 469ରେ ପହଞ୍ଚିଛି ।