ଓଡିଶା

odisha

ETV Bharat / bharat

ଲେଫ୍ଟନାଣ୍ଟ ଜେନରାଲଙ୍କ ଆର୍ଟିକିଲ ସେୟାର କଲେ ରାହୁଲ, ଭାରତର 60 ବର୍ଗକିମି ମାଡିବସିଛି ଚୀନ - china secured 60 square km in ladakh

ପୂର୍ବ ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ଆସନ୍ତାକାଲି ଆଲୋଚନା ହେବ । ଏପଟେ ରାହୁଲ ଗାନ୍ଧୀ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲଙ୍କ ଏକ ଆର୍ଟିକିଲ୍ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି ଯେ ଭାରତର 60 ବର୍ଗକିମି ମାଡିବସିଛି ଚୀନ ।

ଭାରତର 60 ବର୍ଗକିମି ଜମି ମାଡିବସିଛି ଚୀନ
ଭାରତର 60 ବର୍ଗକିମି ଜମି ମାଡିବସିଛି ଚୀନ

By

Published : Jun 5, 2020, 10:14 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ଆସନ୍ତାକାଲି କମାଣ୍ଡର ସ୍ତରରେ ଆଲୋଚନା ହେବାକୁ ଯାଉଛି । ଏପଟେ ଏହି ଆଲୋଚନା ପୂର୍ବରୁ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲଙ୍କ ଏକ ଆର୍ଟିକିଲ୍ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

ଭାରତର 60 ବର୍ଗକିମି ଜମି ମାଡିବସିଛି ଚୀନ

ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଏଚ୍.ଏସ୍ ପନାଗଙ୍କ କହିବା କଥା ହେଲା ଜୁନ 6 ତାରିଖରେ ଦୁଇଦେଶ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ଚୀନ୍‌ର ପକ୍ଷ ମଜବୁତ ରହିବ । ଏହା ଉପରେ ଯୁକ୍ତିବାଢି ପନାଗ କହିଛନ୍ତି ଯେ ଚୀନ ପୂର୍ବ ଲଦାଖର 3 ଟି ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରାୟ 60 ରୁ ଊର୍ଦ୍ଧ୍ବ ବର୍ଗ କିଲୋମିଟର ଭାରତର ଜମି ଦଖଲ କରିସାରିଛି । ଜୁନ 6 ରେ ହେବାକୁ ଥିବା ଏହି ବୈଠକରେ ଚୀନ୍ ଭାରତ ପୂର୍ବରୁ ଚୁକ୍ତିନାମା ପାଇଁ ଏଭଳି ସର୍ତ୍ତ ରଖିବାକୁ ଚେଷ୍ଟା କରିବ, ଯାହାକୁ ଭାରତ ଗ୍ରହଣ କରିବା କଷ୍ଟସାଧ୍ୟ ହେବ । ପନାଗ୍ ଏହା ମଧ୍ୟ ଦାବି କରିଛନ୍ତି ଯେ ଯଦି ଭାରତ ଚୀନ୍‌ର ସର୍ତ୍ତ ଗ୍ରହଣ କରେ ନାହିଁ, ତେବେ ସୀମା ଅଞ୍ଚଳରେ ମଧ୍ୟ ଯୁଦ୍ଧ କରିପାରେ ।

ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲଙ୍କ ଆର୍ଟିକିଲ ସେୟାର କରି ରାହୁଲ ଗାନ୍ଧୀ କ୍ୟାପସନରେ ଲେଖିଛନ୍ତି, ‘ସମସ୍ତ ଦେଶପ୍ରେମୀ ଜେନେରାଲ ପନାଗଙ୍କ ଏହି ପ୍ରବନ୍ଧ ପଢିବା ଜରୁରୀ ।’

ସୂଚନା ଥାଉକି ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଜେନେରାଲ୍ ଭାବରେ କାର୍ଯ୍ୟ କରୁଥିବା ଏଚ୍.ଏସ୍ ପନାଗ୍ ଅବସର ନେଇଛନ୍ତି । ଏଚଏସ୍ ପନାଗ୍ ଅଭିନେତ୍ରୀ ଗୁଲ୍ ପନାଗଙ୍କ ପିତା ।

ସେପଟେ ରାହୁଲ ଗାନ୍ଧୀଙ୍କ ଏହି ଟ୍ବିଟ ସେୟାର ହେବା ପରେ ଲୋକେ ଅନେକ ପ୍ରକାରର ମନ୍ତବ୍ୟ ଦେଉଛନ୍ତି । ଜଣେ ଟ୍ବିଟର ୟୁଜର୍ସ ମନ୍ତବ୍ୟ ଦେଇଛନ୍ତି ଯେ ଭାରତ-ଚୀନ୍ ସୀମା ବିବାଦ ମାମଲା ଅତ୍ୟନ୍ତ ଗଭୀର । ଏହାକୁ ବୁଝିବା ପାଇଁ ବିଶେଷଜ୍ଞ ଏବଂ ପୁରାତନ ପୁସ୍ତକ ପଢିବା ନିହାତି ଆବଶ୍ୟକ । ଏଥିସହିତ ଅନ୍ୟ ଜଣେ ୟୁଜର୍ସ ମନ୍ତବ୍ୟ ଦେଇଛନ୍ତି ଯେ ଯଦି ଇତିହାସର ପୃଷ୍ଠାଗୁଡ଼ିକୁ ଓଲଟାଇ ଦେଖାଯାଏ, ତେବେ ଚୀନ-ଭାରତ ସୀମା ବିବାଦ ପୂର୍ବରୁ ସମାଧାନ ହୋଇନଥିଲା ଏବଂ ଏପରିକି କୌଣସି ସରକାର ଏହି ସମସ୍ୟାର ସମାଧାନ କରିପାରିବେ ନାହିଁ ।

ABOUT THE AUTHOR

...view details