ଓଡିଶା

odisha

ଧାରା 370: ରାଗିଗଲେ ରାହୁଲ

By

Published : Aug 9, 2019, 10:34 AM IST

Updated : Aug 9, 2019, 4:05 PM IST

ଧାରା 370 ଉଚ୍ଛେଦରେ ମୋଦିଙ୍କ ଅଭିଭାଷଣ ପୂର୍ବରୁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ । ଏନେଇ କୌଣସି ଟିପ୍ପଣୀ ଦେବାକୁ ସେ ମନା କରିବା ସହ 'ଡୋଣ୍ଟ ଡିଷ୍ଟର୍ବ ମି' କହିଥିଲେ ରାହୁଲ ଗାନ୍ଧୀ ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦୀର୍ଘ 70 ବର୍ଷ ପରେ ବଦଳିଲା ଭାରତର ଇତିହାସ । ଜମ୍ମୁ-କାଶ୍ମୀରରୁ ଉଚ୍ଛେଦ ହେଲା ଧାରା 370 ଓ 35(ଏ) । ଏନେଇ ଗତକାଲି ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ମୋଦିଙ୍କ ଉଦବୋଧନ ପୂର୍ବରୁ ରାହୁଲ ଗାନ୍ଧୀ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଉଭୟ ରାଜ୍ୟସଭା ଓ ଲୋକସଭାରେ ପାରିତ ହୋଇଛି ଜମ୍ମୁ-କାଶ୍ମୀରରୁ 370 ଧାରା ଉଚ୍ଛେଦ ବିଲ । କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିବା ସତ୍ତ୍ବେ ବିଲଟି ପାରିତ ହୋଇଛି । ଯାହାକୁ ନେଇ ଗତକାଲି ମୋଦି ଦେଶବାସୀଙ୍କୁ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ । ତେବେ ପ୍ରଧାନମମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଏନେଇ ଏକ ପ୍ରଶ୍ନ କରାଯାଇଥିଲା । ଯାହାକୁ ନେଇ ସେ ବିରକ୍ତି ଭାବ ପ୍ରକାଶ କରିବା ସହ 'ଡୋଣ୍ଟ ଡିଷ୍ଟର୍ବ ମି' କହିଥିଲେ ରାହୁଲ ଗାନ୍ଧୀ ।

ଏପରିକି ଧାରା 370କୁ ନେଇ ସେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଥିଲେ । ରାଜ୍ୟସଭାରେ 125ଜଣ ସମର୍ଥନ ଜଣାଇଥିବା ବେଳେ 61 ଜଣ ବିରୋଧ କରିଥିଲେ । ସେହିପରି ଲୋକସଭାରେ ମଧ୍ୟ 370 ସକ୍ଷପରେ ଯାଇଥିବା ବେଳେ 70ଜଣ ବିପକ୍ଷରେ ଥିଲେ । ଉଭୟ ଗୃହରେ ଏହି ବିଲଟି ପାସ ହେବା ପରେ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି । କେତେକ ଏହି ବିଲକୁ ସମର୍ଥନ କରିଥିବା ବେଳେ କେତେକ ଏହାକୁ ବିରୋଧ କରିଛନ୍ତି ।

Last Updated : Aug 9, 2019, 4:05 PM IST

ABOUT THE AUTHOR

...view details