ଓଡିଶା

odisha

By

Published : Oct 1, 2019, 1:16 PM IST

ETV Bharat / bharat

ମୋଦିଙ୍କ କୂଟନୈତିକ ସମ୍ପର୍କକୁ ରାହୁଲଙ୍କ ଟାର୍ଗେଟ

କୂଟନୈତିକ ସମ୍ପର୍କ କିପରି ସ୍ଥାପନ ହୁଏ ତାହା ପ୍ରଧାନମନ୍ତ୍ରୀଙ୍କୁ ଶିଖାଇ ଦିଅନ୍ତୁ ବୋଲି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆମେରିକାର ହୋଷ୍ଟନରେ ଆୟୋଜିତ ହାଉଡି ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର। ମୋଦି ଟ୍ରମ୍ପଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିନାହାଁନ୍ତି। ମୋଦିଙ୍କ ବୟାନକୁ ଭୁଲ ଭାବରେ ଉପସ୍ଥାପନା କରାଯାଉଛି । ସେ କେବଳ ଟ୍ରମ୍ପଙ୍କ ସ୍ଲୋଗାନକୁ ଦୋହରାଇଛନ୍ତି। ଆମେରିକା ରାଜନୀତି ସହିତ ଭାରତର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି ।

ସେପଟେ ଏନେଇ ଭାରତରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ବୈଦେଶିକ ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ମୋଦି ଏବଂ ଜୟଶଙ୍କରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କୂଟନୈତିକ ସମ୍ପର୍କ କିପରି ସ୍ଥାପନ ହୁଏ ତାହା ଆପଣ ପ୍ରଧାନମନ୍ତ୍ରୀଙ୍କୁ ଶିଖାନ୍ତୁ ବୋଲି ବୈଦେଶିକ ମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି ରାହୁଲ । ସେ ଟ୍ବିଟ କରି କହିଛନ୍ତି, ଜୟଶଙ୍କରଙ୍କୁ ଧନ୍ୟବାଦ, ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅକ୍ଷମତାକୁ ଲୁଚାଇଦେଲେ। ମୋଦିଙ୍କ ଟ୍ରମ୍ପ ପ୍ରେମ ଡେମୋକ୍ରାଟିକ ପାର୍ଟି ସହ ଭାରତର ସମ୍ପର୍କକୁ ଖରାପ କରିବ। କିନ୍ତୁ ମୋର ଆଶା ଅଛି ଯେ ଆପଣଙ୍କ ହସ୍ତକ୍ଷେପ ଫଳରେ ବର୍ତ୍ତମାନ ଏହା ଠିକ୍‌ ହୋଇଯିବ । ଏହା ସହିତ ପ୍ରଧାନମନ୍ତ୍ରୀଙ୍କୁ କୂଟନୀତି ବିଷୟରେ କିଛି ଶିଖାଇ ଦିଅନ୍ତୁ ବୋଲି ଜୟଶଙ୍କରଙ୍କୁ କହିଛନ୍ତି ରାହୁଲ ।

ସୂଚନାଯୋଗ୍ୟ ଯେ, ହାଓଡ଼ି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅବ୍‌ କି ବାର୍‌ ଟ୍ରମ୍ପ୍‌ ସରକାର’ କହିଥିଲେ। ଯାହାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ ପ୍ରଚାର କରିଥିବା ଅଭିଯୋଗ ଆଣିଥିଲେ। ଏହାଦ୍ବାରା ଭାରତୀୟ ବିଦେଶ ନୀତିର ଉଲ୍ଲଂଘନ ହୋଇଥିବା ସେମାନେ ଅଭିଯୋଗ ଆଣିଥିଲେ ।

ABOUT THE AUTHOR

...view details