ଓଡିଶା

odisha

ETV Bharat / bharat

ମୋଦିଙ୍କୁ ରାହୁଲଙ୍କ ଆକ୍ରମଣ: କୋରୋନା ବେଳେ କଲେନି କାମ, ଏବେ ମାଗୁଛନ୍ତି ଭୋଟ୍ - rahul gandhi

କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରରେ ତୃତୀୟ ପର୍ଯ୍ୟାୟ ପ୍ରଚାର କରିବା ପାଇଁ କଟିହାରରେ ଏକ ନିର୍ବାଚନ ସଭା କରିଛନ୍ତି। ଏଠାରେ ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦିଙ୍କୁ ରାହୁଲଙ୍କ ଆକ୍ରମଣ
ମୋଦିଙ୍କୁ ରାହୁଲଙ୍କ ଆକ୍ରମଣ

By

Published : Nov 3, 2020, 4:39 PM IST

ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରରେ ତୃତୀୟ ପର୍ଯ୍ୟାୟ ପ୍ରଚାର କରିବା ପାଇଁ କଟିହାରରେ ଏକ ନିର୍ବାଚନ ସଭା କରିଛନ୍ତି। ଏଠାରେ ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ କୋରୋନା ସହ ଲଢିବା ପାଇଁ ଘଣ୍ଟ ବାଡେଇଲେ ପରେ ଫୋନ୍ ଲାଇଟ୍ ଜାଳିଲେ ମଧ୍ୟ କୌଣସି ଠୋସ୍ ନିଷ୍ପତ୍ତି ନେଇ ନଥିଲେ।

ସେ ଏହା କହିଛନ୍ତି, ଲକ୍ଷ ଲକ୍ଷ ଶ୍ରମିକ ଚାଲି ଚାଲି ଘରକୁ ଫେରିଲେ କିନ୍ତୁ କଂଗ୍ରେସ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ରାହୁଲ ଅଭିଯୋଗ କରିଛନ୍ତି ଯେ ମୋଦି ଏବଂ ନୀତିଶ କୁମାର ବିହାରକୁ ଏକାଠି ଲୁଟ କରିଛନ୍ତି । ବର୍ତ୍ତମାନ ବିହାର ଲୋକେ ଏହାର ଉତ୍ତର ଦେବେ।

ରାହୁଲ ଏହା ମଧ୍ୟ କହିଛନ୍ତି, ‘ଯେତେବେଳେ ଶ୍ରମିକମାନେ ଚାଲୁଥିଲେ ସେତେବେଳେ ନୀତିଶଜୀ ଏବଂ ମୋଦିଜୀ କେଉଁଠାରେ ଥିଲେ, ସେତେବେଳେ ସେମାନେ ସାହାଯ୍ୟ କରିନଥିଲେ ଏବଂ ବର୍ତ୍ତମାନ ସେମାନେ ଭୋଟ୍ ମାଗିବାକୁ ଆସୁଛନ୍ତି ’। ରାହୁଲ ଅଭିଯୋଗ କରିଛନ୍ତି ଯେ ଏହି ଦୁଇଜଣ କେବଳ ସେମାନଙ୍କ ଧନୀ ବନ୍ଧୁମାନଙ୍କୁ ସାହାଯ୍ୟ କରୁଛନ୍ତି।

ବିମୁଦ୍ରୀକରଣ ସମୟରେ ମୋଦିଜୀ ସମଗ୍ର ଦେଶକୁ ଲାଇନରେ ଛିଡା କରାଇଲେ । ଦେଶର ଗରିବ କେବଳ ଲାଇନରେ ଠିଆ ହେଲେ, ଧନୀ ନୁହେଁ । ପିଏମ ଗରିବଙ୍କ ପକେଟରୁ ଟଙ୍କା ନେଇ ନିଜ ଧନୀ ବନ୍ଧୁମାନଙ୍କୁ ଦେଉଛନ୍ତି। ବିମୁଦ୍ରୀକରଣ ପରେ ଜିଏସଟି ଏବଂ ବର୍ତ୍ତମାନ ଚାଷୀଙ୍କୁ ହଇରାଣ କରିବା ପାଇଁ ଏକ ଆଇନ ପ୍ରସ୍ତୁତ କରୁଛନ୍ତି ବୋଲି ରାହୁଲ କହିଛନ୍ତି ।

ABOUT THE AUTHOR

...view details