ଓଡିଶା

odisha

ETV Bharat / bharat

ଲକଡାଉନ ଖୋଲିବାକୁ ରାହୁଲ ଗାନ୍ଧୀଙ୍କ ଅନୁରୋଧ - migrant labour issue

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କୋରୋନା ସଙ୍କଟ ଏବଂ ଲକଡାଉନ ଯୋଗୁଁ ସାଧାରଣ ଲୋକ ଏବଂ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଣମାଧ୍ୟମ ସହ କଥା ହୋଇଛନ୍ତି । ଲକଡାଉନ୍ ଖୋଲିବାକୁ ମଧ୍ୟ କହିଛନ୍ତି ରାହୁଲ । ଅଧିକ ପଢ଼ନ୍ତୁ...

rahul gandhi
ଲକଡାଉନ ଖୋଲିବାକୁ ରାହୁଲ ଗାନ୍ଧୀଙ୍କ ଅନୁରୋଧ

By

Published : May 8, 2020, 6:07 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କୋରୋନା ସଙ୍କଟ ଏବଂ ଲକଡାଉନ ଯୋଗୁଁ ସାଧାରଣ ଲୋକ ଏବଂ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଣମାଧ୍ୟମ ସହ କଥା ହୋଇଛନ୍ତି । ସେ କହିଛନ୍ତି ଯେ, କୋରୋନା ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ, କାରଣ ବର୍ତ୍ତମାନ ରାଜନୀତି କରିବା ସମୟ ନୁହେଁ । ଏଥସହ ରାହୁଲ ଗାନ୍ଧି ଲକଡାଉନ୍ ଖୋଲିବାକୁ ମଧ୍ୟ କହିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଲକଡାଉନ ଖୋଲିବା ଆବଶ୍ୟକ। ଏଥିସହ ସେ କହିଛନ୍ତି, ଯଦି ଆପଣ ବ୍ୟବସାୟୀଙ୍କୁ ପଚାରନ୍ତି, ତେବେ ସେମାନେ ତୁରନ୍ତ ଯୋଗାଣ ଶୃଙ୍ଖଳା ବିଷୟରେ ଅଭିଯୋଗ କରିବେ। ପ୍ରବାସୀ ଶ୍ରମିକ, ଗରିବ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ବର୍ତ୍ତମାନ ଟଙ୍କାର ଆବଶ୍ୟକ ରହିଛି । ଯଦି ଏପରି ନହୁଏ ତେବେ ଚାକିରି ବିନା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ, ଏହି ଲକଡାଉନ କାରଣରୁ ଲୋକମାନେ ହଇରାଣ ହେଉଛନ୍ତି । ସେମାନଙ୍କୁ ସାହାଯ୍ୟ କରିବା ବିନା ଆମେ ଏପରି ଲକଡାଉନ ଜାରି ରଖି ପାରିବା ନାହିଁ । ଏଣୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ, ସେ ରାଜ୍ୟ ସରକାର, ଜିଲ୍ଲା ଅଧିକାରୀଙ୍କୁ ନିଜ ସହଯୋଗୀ ଭାବରେ ଦେଖନ୍ତୁ ଏବଂ ସେମାନଙ୍କ ନିଷ୍ପତ୍ତିକୁ ମଧ୍ୟ ଗ୍ରହଣ କରନ୍ତୁ ।

ପ୍ରବାସୀ ଶ୍ରମିକଙ୍କ ବିଷୟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ନ୍ୟାୟ ଯୋଜନା ସହାୟତାରେ ଲୋକଙ୍କ ହାତରେ ଟଙ୍କା ଦେବା ଆରମ୍ଭ କରନ୍ତୁ । ଏଥିରେ 65 ହଜାର କୋଟି ଟଙ୍କା ଖର୍ଚ୍ଚ ଆସିବ । ଏଥିସହ ସେ କହିଛନ୍ତି ଯେ, ସରକାର ଚିନ୍ତା କରୁଛନ୍ତି ଯେ ଯଦି ଶୀଘ୍ର ଟଙ୍କା ଖର୍ଚ୍ଚ କରିବା ଆରମ୍ଭ ହୁଏ ତେବେ ଟଙ୍କାର ଅବସ୍ଥା ଆହୁରି ଖରାପ ହେବ । କିନ୍ତୁ ସରକାରଙ୍କୁ ବର୍ତ୍ତମାନ ସମୟରେ ରିସ୍କ ନେବାକୁ ପଡ଼ିବ । ଏଭଳି ସ୍ଥିତିରେ ସରକାର ଯେତେ ଚିନ୍ତା କରିବେ ସେତେ ସମୟ ନଷ୍ଟ ହେବ ।

ABOUT THE AUTHOR

...view details