ଓଡିଶା

odisha

ETV Bharat / bharat

କୋରୋନାକୁ ନେଇ ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ - ରାହୁଲ ଗାନ୍ଧୀଙ୍କ ନୂଆ ଅଭିଯାନ

କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋରୋନା ମହମାରୀ ସହ ଲଢେଇ ଓ ଖାସ୍ କରି ଅର୍ଥବ୍ୟବସ୍ଥାକୁ ନେଇ ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ । ଏହି ଦିଗରେ ଦେଶ-ବିଦେଶର ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ ।

rahul gandhi
କୋରୋନା ଲଢେଇରେ ରାହୁଲ ଗାନ୍ଧୀଙ୍କ ନୂଆ ଅଭିଯାନ

By

Published : Apr 30, 2020, 11:47 AM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋରୋନା ମହମାରୀ ସହ ଲଢେଇ ଓ ଖାସ୍ କରି ଅର୍ଥବ୍ୟବସ୍ଥାକୁ ନେଇ ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ । ଏହି ଦିଗରେ ଦେଶ-ବିଦେଶର ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ । ଏହି ଅଭିଯାନରେ ରାହୁଲ ଗାନ୍ଧୀ ପ୍ରଥମେ ଆରବିଆଇର ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନଙ୍କ ସହ ଅର୍ଥ ବ୍ୟବସ୍ଥାକୁ ନେଇ ଆଲୋଚନା କରିଛନ୍ତି ।

ଏହାକୁ କଂଗ୍ରେସ ମିଡିଆ ପ୍ରଭାରୀ ରଣଦୀପ ସୁରଜେୱାଲା ଟ୍ବିଟ କରି କହିଛନ୍ତି, ‘କୋରୋନା ସଙ୍କଟ ଗଭୀର ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀ ଆଗାମୀ ଭବିଷ୍ୟତ ପାଇଁ ଆଲୋଚନା ପାଇଁ ପଦକ୍ଷେପ ନେଇଛନ୍ତି। ଗୁରୁବାର ସକାଳ 9 ଟା ସମୟରେ କଂଗ୍ରେସର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାହୁଲ ଗାନ୍ଧୀଙ୍କ ବାର୍ତ୍ତାଳାପ ଦେଖନ୍ତୁ। ସୁରଜେୱାଲା ମଧ୍ୟ ଏହି ବାର୍ତ୍ତାଳାପରେ ଏକ କ୍ଷୁଦ୍ର ଭିଡିଓ ଟ୍ବିଟ୍ କରିଛନ୍ତି । ଯେଉଁଥିରେ ରାହୁଲ ଗାନ୍ଧୀ ରଘୁରାମ ରାଜନଙ୍କୁ ଜଣେ ସାମ୍ବାଦିକ ଭଳି ପ୍ରଶ୍ନ କରିଛନ୍ତି।

ରାହୁଲ ଗାନ୍ଧୀ ରଘୁରାମ ରାଜନଙ୍କୁ ପଚାରିଛନ୍ତି ଯେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କେତେ ଟଙ୍କା ଲାଗିବ ? ଏହାର ଉତ୍ତରରେ ରାଜନ ପ୍ରାୟ 65 ହଜାର କୋଟି କହିଛନ୍ତି। ରାହୁଲ ରାଜନଙ୍କୁ ପଚାରିଛନ୍ତି ଯେ ଭୂତାଣୁ ଏବଂ ବିଶେଷକରି ଅର୍ଥନୀତି ବିଷୟରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଅଛି, କ’ଣ ଘଟୁଛି ଏବଂ କ’ଣ ହେବ? ବାର୍ତ୍ତାଳାପ ସମୟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ବିଭାଜନ ଏବଂ ଘୃଣା ହେଉଛି ପ୍ରମୁଖ ସମସ୍ୟା। ରାହୁଲ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଭାରତ କିପରି ଏକ ନୂତନ ଦୃଷ୍ଟିକୋଣ ପାଇବ ? ଭାରତର ସମାଜ ଆମେରିକାରୁ ଭିନ୍ନ, ତେବେ ଏଠାରେ କେଉଁ ପ୍ରକାର ସାମାଜିକ ପରିବର୍ତ୍ତନ ଆବଶ୍ୟକ ?

ଏହି ସିରିଜର ଦ୍ବିତୀୟ ଭାଗରେ ରାହୁଲ ଗାନ୍ଧୀ କୋରୋନା ମହାମାରୀ ବିରୋଧରେ ଚାଲିଥିବା ସଂଗ୍ରାମ ବିଷୟରେ ସ୍ବିଡେନର ଜଣେ ଭାଇରୋଲୋଜିଷ୍ଟଙ୍କ ସହ କଥା ହେବେ। ରାହୁଲ ମଧ୍ୟ ତାଙ୍କ ବିଷୟ ସହ ଜଡିତ ଅର୍ଥନୀତିର କୋରୋନା ଏବଂ ଅନ୍ୟ ବିଶେଷଜ୍ଞଙ୍କ ସହ କଥା ହେବେ। ରାହୁଲ ଗାନ୍ଧୀଙ୍କୁ ବିଶ୍ବସ୍ତରୀୟ ନେତା ଭାବରେ ଉପସ୍ଥାପନ କରିବା କଂଗ୍ରେସର ରଣନୀତି ଭାବରେ ଦେଖାଯାଇପାରେ।

ଦୁଇ ସପ୍ତାହ ମଧ୍ୟରେ ଥରେ କିମ୍ବା ଦୁଇଥର ଏଭଳି ଆଲୋଚନା କରିବାକୁ ଯୋଜନା ରହିଛି। ରାହୁଲ ଗାନ୍ଧୀ ଫେବୃଆରୀ ମଧ୍ୟଭାଗରୁ କୋରୋନା ମହାମାରୀ ସମ୍ପର୍କରେ ସରକାରଙ୍କୁ ଚେତାବନୀ ଦେଇଥିଲେ। ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ମୋଦି ସରକାରଙ୍କୁ ଲକଡାଉନ୍ ଯୋଜନା ବିଷୟରେ ପଚାରିଥିଲେ। ରାହୁଲ କୋରୋନା ପରୀକ୍ଷା ଏବଂ ଅର୍ଥନୀତି ବିଷୟରେ ପରାମର୍ଶ ଦେବାରେ କ୍ରମାଗତ ଭାବରେ ସକ୍ରିୟ ଅଛନ୍ତି । ନିକଟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମନମୋହନ ସିଂଙ୍କ ନେତୃତ୍ବରେ ଏକାଦଶ ସଦସ୍ୟ ବିଶିଷ୍ଟ ପରାମର୍ଶଦାତା କମିଟି ଗଠନ କରି କୋରୋନା ଉପରେ ଆଲୋଚନା ଏବଂ ପରାମର୍ଶ ଦେଇଛନ୍ତି । ଏଥିରେ ରାହୁଲ ଗାନ୍ଧୀ ମଧ୍ୟ ଅଛନ୍ତି।

ABOUT THE AUTHOR

...view details