ଓଡିଶା

odisha

ETV Bharat / bharat

'ଡୋକଲାମ ବିବାଦ ସମୟରେ ଚୀନ ରାଷ୍ଟ୍ରଦୂତଙ୍କୁ ଭେଟିଥିଲେ ରାହୁଲ ଗାନ୍ଧୀ'

ଡୋକଲାମ ବିବାଦ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚୀନ ରାଷ୍ଟ୍ରଦୀତଙ୍କୁ ଗୁପ୍ତ ଭାବରେ ଭେଟିଥିଲେ । ଆଉ ଏବେ ନକଲି ଦେଶପ୍ରେମ ଦେଖାଇଥିବା ନଡ୍ଡା ଅଭିଯୋଗ କରିଛନ୍ତି ।

By

Published : Jul 12, 2020, 5:26 PM IST

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ନୂଆଦିଲ୍ଲୀ :ଭାରତ-ଚୀନ ସୀମା ବିବାଦକୁ ନେଇ ଶାସକ ଦଳ ବିଜେପି ଏବଂ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହି କ୍ରମରେ ରବିବାର କଂଗ୍ରେସ ଉପରେ ମିଛ ଦେଶପ୍ରେମ ଦେଖାଉଥିବାର ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଡୋକଲାମ ବିବାଦ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚୀନ ରାଷ୍ଟ୍ରଦୀତଙ୍କୁ ଗୁପ୍ତ ଭାବରେ ଭେଟିଥିଲେ । ଆଉ ଏବେ ନକଲି ଦେଶପ୍ରେମ ଦେଖାଇଥିବା ନଡ୍ଡା ଅଭିଯୋଗ କରିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ନଡ୍ଡା କହିଛନ୍ତି, ଡୋକଲାମ ବିବାଦ ସମୟରେ ରାହୁଲ ଗାନ୍ଧୀ ଚୀନ ରାଷ୍ଟ୍ରଦୂତଙ୍କୁ ଗୁପ୍ତରେ ଭେଟିଥିଲେ । କିନ୍ତୁ ଏହାର ସତ ଲୁଚାଇ ସେ ଦେଶବାସୀଙ୍କୁ ବିଭ୍ରାନ୍ତ କରିଥିଲେ । ରାହୁଲ ଗାନ୍ଧୀ ଏବଂ ଚୀନ ରାଷ୍ଟ୍ରଦୂତଙ୍କ ଫଟୋ ପ୍ରସାରଣ ହେବାପରେ ଏହି ସମ୍ପର୍କରେ ଭାରତବାସୀ ଜାଣଇବାକୁ ପାଇଥିଲେ । ରାହୁଲ ଗାନ୍ଧୀଙ୍କ ଦେଶପ୍ରେମ ନକଲି । ସମସ୍ତ 11 ପ୍ରତିରକ୍ଷା କମିଟିର ବୈଠକରେ ସେ ଯୋଗ ଦେଇନଥିଲେ । ଏପରି ଭାବରେ ସେ ଦେଶ ଚଳାଇବେ କି ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା ।

ଏହା ସହିତ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ, ବାମ ଦଳ ଏବଂ କଂଗ୍ରେସର କର୍ମୀଙ୍କୁ ବିଜେପିରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ଜେପି ନଡ୍ଡା । ସେ କହିଛନ୍ତି, ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ, ବାମ ଦଳ ଏବଂ କଂଗ୍ରେସ ସର୍ବଦା ଦେଶକୁ ଅନ୍ଧକାରରେ ରଖିଛି । ତେଣୁ ଏହି ଦଳ ଛାଡି ବିଜେପିରେ ଯୋଗଦେବାକୁ ଏବଂ କେରଳକୁ ଅଧିକ ଶକ୍ତିଶାଳୀ କରିବାକୁ ଆହ୍ବାନ କରିଛନ୍ତି ସେ ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ରାହୁଲ ଗାନ୍ଧୀ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ । ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଥିବା ବେଳେ ଚୀନ କିପରି ଭାରତର ଜମି ଛଡାଇନେଇଛି ବୋଲି ପ୍ରଶ୍ନ କରିଥିଲେ ସେ ।

ABOUT THE AUTHOR

...view details