ନୂଆଦିଲ୍ଲୀ:କୃଷି ଆଇନ ବିରୋଧରେ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ 27 ଦିନରେ ପହଞ୍ଚିଛି । ତିନୋଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ । ଏହାରି ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଦଳର ଏକ ପ୍ରତିନିଧି ମଣ୍ଡଳ ଡିସେମ୍ବର 24ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ । ତେବେ କଂଗ୍ରେସର ଏହି ପ୍ରତିନିଧିମଣ୍ଡଳ ପକ୍ଷରୁ ରାଷ୍ଟ୍ରପତିଙ୍କୁ କୃଷି ଆଇନ ବିରୋଧରେ 2 କୋଟି ଲୋକଙ୍କର ଦସ୍ତଖତ ହସ୍ତାନ୍ତର କରାଯିବ ।
କେନ୍ଦ୍ର ପକ୍ଷରୁ ଅଣାଯାଇଥିବା କୃଷି ସୁଧାର ସମ୍ବନ୍ଧୀୟ ଆଇନ ବିରୋଧରେ ହଜାର ହଜାର ସଂଖ୍ୟକ ଚାଷୀ ପୂନର୍ବାର ଆଇନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ଆଇନରେ ସଂଶୋଧନ ନୁହେଁ ବରଂ ପ୍ରତ୍ୟାହାର ହେବା ଦରକାର ବୋଲି କିସାନ ମଜଦୁର ସଂଘର୍ଷ ସମିତି ପକ୍ଷରୁ ଦାବି କରାଯାଇଛି ।