ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହିଂସା ପ୍ରଦର୍ଶନ ଜାରି ରହିଛି । କେଉଁଠି ପ୍ରଦର୍ଶନକାରୀ ଗାଡି ମୋଟରରେ ନିଆଁ ଲଗାଉଛନ୍ତି ତ ଆଉ କେଉଁଠି ପୋଲିସ ଉପରକୁ ପଥରମାଡ କରୁଛନ୍ତି । ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ବିଭିନ୍ନ ସ୍ଥାନରେ ପ୍ରଶାସନକୁ ଧାରା 144 ଲାଗୁ କରିବାକୁ ପଡିଛି । ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ଧାରା 144ର ଦୁରୁପଯୋଗ ହେଉଥିବା ରାହୁଲ ଟ୍ବିଟ କରି କହିଛନ୍ତି । ଏହାସହ ସେ ହିଂସା ପ୍ରଦର୍ଶନକୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନର ଆଖ୍ୟା ଦେଇଛନ୍ତି ।
CAA ନିଆଁକୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କହିଲେ ରାହୁଲ - rahul gandhi controversy comment
ପ୍ରଶାସନର ଧାରା 144 ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ହିଂସା ପ୍ରଦର୍ଶନକୁ ଶାନ୍ତିପୂର୍ଣ୍ଣ ଆଖ୍ୟା ଦେଇ ଏହାକୁ ଅଟକାଇବା ଦେଶର ଆତ୍ମାର ଅପମାନ ବୋଲି କହିଛନ୍ତି ସେ । ଅଧିକ ପଢନ୍ତୁ...
ହିଂସା ପ୍ରଦର୍ଶନକୁ ଶାନ୍ତିପୂର୍ଣ୍ଣ ଆଖ୍ୟା ଦେଲେ ରାହୁଲ
ରାହୁଲ ଗାନ୍ଧୀ ନିଜ ଟ୍ବିଟ ଜରିଆରେ ମୋଦି ସରକାରକୁ ଟାର୍ଗେଟ କରିବା ସହ ଲେଖିଛନ୍ତି ଯେ ସରକାରକୁ କଲେଜ, ଟେଲିଫୋନ, ଇଣ୍ଟରନେଟକୁ ବନ୍ଦ କରିବା ଓ ଟ୍ରେନ ରୋକିବାର କୌଣସି ଅଧିକାର ନାହିଁ । ଏହାସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ରୋକିବା ଦେଶର ଆତ୍ମାର ଅପମାନ ବୋଲି ରାହୁଲ ପ୍ରତିକ୍ରିୟା ଦେଇଛନ୍ତି ।