ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜାତିପ୍ରଥାକୁ ଆଲୋକପାତ କରାଉଥିବା ଏକ ଭିଡିଓ ସେୟାର କରି ଲୋକଙ୍କ ଠାରେ ପରିବର୍ତ୍ତନ ଆଣିବାକୁ ରାହୁଲ ଗାନ୍ଧୀ ଅନୁରୋଧ କରିଛନ୍ତି । ପଶ୍ଚିମ ଉତ୍ତରପ୍ରଦେଶର ହାଥରସରେ ସୁଟିଂ ହୋଇଥିବା ଏହି ଭିଡିଓରେ ଗାଁର ବିଭିନ୍ନ ସମ୍ପ୍ରଦାୟର ପୁରୁଷ ଓ ମହିଳା ଜାତି ନିୟମ ସହ କିପରି ଲଢୁଛନ୍ତି, ସେ ନେଇ ବର୍ଣ୍ଣନା କରାଯାଇଛି ।
ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, ‘ଯେଉଁମାନେ ସତ୍ୟରୁ ଦୂରେଇ ଯାଉଛନ୍ତି ସେମାନଙ୍କ ପାଇଁ ଏହି ଭିଡିଓ। ଯେତେବେଳେ ଆମେ ପରିବର୍ତ୍ତନ କରିବୁ ସେତେବେଳେ ଦେଶ ବଦଳିଯିବ ’ । ଅନ୍ୟପକ୍ଷେ ଆହ୍ଲାବାଦ ହାଇକୋର୍ଟ ସୋମବାର ହାଥରସ ଘଟଣାରେ ପରବର୍ତ୍ତୀ ଶୁଣାଣି ତାରିଖ ଦେଇଛନ୍ତି ବୋଲି ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭି.କେ ଶାହି କହିଛନ୍ତି।