ଓଡିଶା

odisha

ETV Bharat / bharat

ରାହୁଲଙ୍କୁ ଚୁମ୍ବନ ଦେଲା କିଏ ?

ଗତକାଲି ୱାଇନାଡ ଗସ୍ତରେ ଥିବା ବେଳେ ରାହୁଲ ବନ୍ୟା ପୀଡିତଙ୍କୁ ଭେଟି ତାଙ୍କ ସମସ୍ୟା ବୁଝିଥିଲେ । ଏହି ସମୟରେ ତାଙ୍କୁ ଏକ ଅଜଣା ବ୍ୟକ୍ତି ଚୁମ୍ବନ ଦେଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ରାହୁଲ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

By

Published : Aug 28, 2019, 11:57 PM IST

ଫଟୋ ସୌଜନ୍ୟ- ଇଟିଭି ଭାରତ

ୱାଇନାଡ: ଜାତୀୟ ଗଣମାଧ୍ୟମରେ ସବୁ ବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ପୂର୍ବତନ ସଭାପତି ଏବେ ପୁଣିଥରେ ଚର୍ଚ୍ଚାରେ । ହେଲେ ଏବେ ମୋଦି ସରକାରଙ୍କୁ ଟାର୍ଗେଟ କି କୌଣସି ପ୍ରସଙ୍ଗରେ ତାତ୍ସଲ୍ୟ କରି ନୁହେଁ ବରଂ କେରଳର ୱାଇନାଡ ଗସ୍ତରେ ଥିବା ବେଳେ ତାଙ୍କୁ ଏକ ଅଜଣା ବ୍ୟକ୍ତି ଚୁମ୍ବନ ଦେଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ରାହୁଲ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ରାହୁଲଙ୍କୁ ଚୁମ୍ବନ ଦେଲା କିଏ ?

ଗତକାଲି ୱାଇନାଡ ଗସ୍ତରେ ଥିବା ବେଳେ ରାହୁଲ ବନ୍ୟା ପୀଡିତଙ୍କୁ ଭେଟି ତାଙ୍କ ସମସ୍ୟା ବୁଝିଥିଲେ । ତେବେ ପାଖରେ ନିଜ ସାଂସଦଙ୍କୁ ପାଇ ବନ୍ୟା ପୀଡିତ ନିଜ ନିଜ ଦୁଃଖ ବି ଜଣାଇଥିଲେ । ଅନ୍ୟପଟେ ସେଠାରୁ ଫେରିବା ପରେ ଏମିତି ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ରାହୁଲ ଯେତେବେଳେ ନିଜ ଗାଡିର ଫ୍ରଣ୍ଟ ସିଟରେ ବସିଥିଲେ ତାଙ୍କ ଶୁଭେଚ୍ଛୁ ଓ ସମର୍ଥକ ମାନେ ତାଙ୍କୁ ହାତ ହଲାଇ ସମ୍ବୋଧନ କରୁଥିଲେ । ଏତିକି ବେଳେ ସୁରକ୍ଷା କର୍ଡନ ଭାଙ୍ଗି ଜଣେ ଯୁବକ ରାହୁଲଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ବାମ ଗାଲରେ ଚୁମ୍ବନ ଦେଇଥିଲେ ।

ଏହି ସମୟରେ ସୁରକ୍ଷାକର୍ମୀ ମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭିଡି ନେଇଯାଇଥିଲେ । ତେବେ ଏହି ସମୟର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

...view details