ଓଡିଶା

odisha

ETV Bharat / bharat

ରାହୁଲଙ୍କ ନିର୍ବାଚନୀ କଲମ ପାଲଟିଛନ୍ତି 'ବାମପନ୍ଥୀ' ଯୁବକ - black flags

ଗୋଟିଏ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂଙ୍କୁ କଳା ପତାକା ଦେଖାଇଥିବା ବ୍ୟକ୍ତି ସନ୍ଦିପ ସିଂ ଆଜି କଂଗ୍ରେସ ଅଧକ୍ଷ ରାହୁଲଙ୍କ ପାଇଁ ଲେଖୁଛନ୍ତି ଅଭିଭାଷଣ । ବାମପନ୍ଥୀର ନର୍ସରୀ ଜବାହାରଲାଲ ନେହୁର ୟୁନିଭର୍ସସିଟିରେ ପଢୁଥିବା ଏବଂ ବାମପନ୍ଥୀ ଛାତ୍ର ସଙ୍ଗଠନର ଅଧକ୍ଷ ସନ୍ଦିପ ଆଜି କଂଗ୍ରେସ ଏଜେଣ୍ଡାକୁ ଆଗକୁ ବଢାଇବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଫାଇଲ ଫଟୋ(ସନ୍ଦିପ ସିଂ )

By

Published : Apr 2, 2019, 9:02 PM IST

ନୂଆଦିଲ୍ଲୀ: ଗୋଟିଏ ସମୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀମନମୋହନ ସିଂଙ୍କୁ କଳା ପତାକା ଦେଖାଇଥିବା ବ୍ୟକ୍ତି ସନ୍ଦିପ ସିଂ ଆଜି କଂଗ୍ରେସ ଅଧକ୍ଷ ରାହୁଲଙ୍କ ପାଇଁ ଲେଖୁଛନ୍ତି ଅଭିଭାଷଣ । ବାମପନ୍ଥୀର ନର୍ସରୀ ଜବାହାରଲାଲ ନେହୁର ୟୁନିଭର୍ସସିଟିରେ ପଢୁଥିବା ଏବଂ ବାମପନ୍ଥୀ ଛାତ୍ର ସଙ୍ଗଠନରଅଧକ୍ଷ ସନ୍ଦିପ ଏବେ କଂଗ୍ରେସ ଏଜେଣ୍ଡାକୁ ଆଗକୁ ବଢାଇବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ସନ୍ଦିପ ସିଂ ଅଫିସିଆଲ ଭାବେରାଜନୈତିକ ପରାମର୍ଶଦାତା ନୁହଁନ୍ତି । କିନ୍ତୁ ଗଠବନ୍ଧନ ଠାରୁ ଆରମ୍ଭ କରି ୟୁପିରେ ପ୍ରିୟଙ୍କାଙ୍କ ପଲିଟିକ୍ସରେ ଫୁଲ ଟାଇମ୍ ଏଣ୍ଟ୍ରିପର୍ଯ୍ୟନ୍ତ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ତେବେ ସନ୍ଦିପଙ୍କ ଉପରେ ରାହୁଲଙ୍କ ଏତେ ବିଶ୍ବାସ କାହିଁକି ?ଏ ନେଇ କଂଗ୍ରେସ ମଧ୍ୟ ଭଲରେ ଅବଗତ ନୁହେଁ ବୋଲି ସୂଚନା ମିଳିଛି।

ଉତ୍ତର ପ୍ରଦେଶପ୍ରତାପଗଡରେ ବାସ କରୁଥିବା ସନ୍ଦିପ ସିଂ 2017ରୁ ରାହୁଲ ଗାନ୍ଧୀଙ୍କ କୋର ଟିମରେ ସାମିଲ ଥିଲେ । ସନ୍ଦିପ ସିଂ ଇଲାହାବାଦ ୟୁନିଭର୍ସିଟିରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଏହାପରେ ସେ ଜେଏନୟୁ ଚାଲି ଯାଇଥିଲେ।

2005ରେ ତତକାଳୀନ ପିଏମ୍ ମନମୋହନ ସିଂ ଯେତେବେଳେ ଜେଏନୟୁ ଯାଇଥିଲେ ସେହି ସମୟରେ ସନ୍ଦିପ ତାଙ୍କୁ କଳ ପତାକା ପଦର୍ଶନ କରିଥିଲେ। ଏହାପରେ 2007ରେ ସନ୍ଦିପ ଜେଏନୟୁ ଛାତ୍ର ସଙ୍ଘର ଅଧକ୍ଷ ରୂପେ ମଧ୍ୟ ନିର୍ବାଚିତ ହୋଇଥିଲେ। ଏହାପରେ ଆନ୍ନା ହଜାରେଙ୍କ ସହ ଆନ୍ଦୋଳନରେ ମଧ୍ୟ ଯିଡି ହୋଇଥିଲେ ସନ୍ଦିପ ।

ଏଠାରେ ସୂଚନାଯୋଗ୍ୟ, ସନ୍ଦିପ ଏବେ ଭାଷଣ ଲେଖକ ଭାବରେ କଂଗ୍ରେସ ସହ ଯୋଡି ହୋଇଛନ୍ତି ।

ABOUT THE AUTHOR

...view details