ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ବିହାରରେ ବଜ୍ରପାତରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହି ଘଟଣାକୁ ନେଇ ରାହୁଲ ଆଶ୍ଚର୍ଯ୍ୟ ହେବା ସହ ମୃତକଙ୍କ ପରିବାରକୁ ଧୈର୍ଯ୍ୟ ଧରିବାକୁ କହିଛନ୍ତି।
ବିହାର ବଜ୍ରପାତରେ ମୃତକଙ୍କ ପରିବାରକୁ ରାହୁଲଙ୍କ ସମବେଦନା - କଂଗ୍ରେସ ନେତା ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ବିହାରରେ ବଜ୍ରପାତରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହି ଘଟଣାକୁ ନେଇ ରାହୁଲ ଆଶ୍ଚର୍ଯ୍ୟ ହେବା ସହ ମୃତକଙ୍କ ପରିବାରକୁ ଧୈର୍ଯ୍ୟ ଧରିବାକୁ କହିଛନ୍ତି।
![ବିହାର ବଜ୍ରପାତରେ ମୃତକଙ୍କ ପରିବାରକୁ ରାହୁଲଙ୍କ ସମବେଦନା ବିହାରରେ ବଜ୍ରପାତରେ ମୃତକଙ୍କ ପରିବାରକୁ ରାହୁଲଙ୍କ ସମବେଦନା](https://etvbharatimages.akamaized.net/etvbharat/prod-images/768-512-7774893-154-7774893-1593144719324.jpg)
"ବିହାରରେ ବଜ୍ରପାତ ହେତୁ 83 ଜଣଙ୍କ ମୃତ୍ୟୁ ଖବର ପାଇବା ପରେ ମୁଁ ଚକିତ ହୋଇପଡିଛି। ଭଗବାନ ମୃତକଙ୍କ ପରିବାର ସଦସ୍ୟଙ୍କୁ ଏହି କ୍ଷତି ସହିବାକୁ ଶକ୍ତି ଦିଅନ୍ତୁ। ମୁଁ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ କଂଗ୍ରେସ କର୍ମୀଙ୍କୁ ନିବେଦନ କରୁଛି'' ବୋଲି ରାହୁଲ ଟୁଇଟ୍ କରି ଲେଖିଛନ୍ତି।
ସୂଚନା ଥାଉକି, ବିହାରରେ ଗତ 24 ଘଣ୍ଟା ମଧ୍ୟରେ ଝଡତୋଫାନ ଓ ବଜ୍ରପାତରେ 83 ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ ଅନେକ ଲୋକ ଏହି ବଜ୍ରପାତ ପ୍ରଭାବରେ ଗୁରୁତର ଆହତ ହୋଇଛନ୍ତି । ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ 4 ଲକ୍ଷର କ୍ଷତିପୂରଣ ଘୋଷଣା କରିଛନ୍ତି।