ନୂଆଦିଲ୍ଲୀ: ଜନ୍ମଦିନ ପାଳିବେନି କଂଗ୍ରେସ ଅଧ୍ୟକ୍ଷ ତଥା ଯୁବରାଜ ରାହୁଲ ଗାନ୍ଧୀ । ଚମକି ଜ୍ବର ଯୋଗୁଁ ବିହାରରେ ଶହେରୁ ଊର୍ଦ୍ଧ୍ବ ଶିଶୁ ପ୍ରାଣ ହରାଇଛନ୍ତି । ଏଥିପାଇଁ ଜନ୍ମଦିନ ନ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ରାହୁଲ । କେବଳ ନିଜ ଦଳର କାର୍ଯ୍ୟକର୍ତ୍ତା ଓ ଶିଶୁଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ବାର୍ଥଡେ ପାଳିବେନି ରାହୁଲ - not celebrate
ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ 49ତମ ଜନ୍ମଦିନ । କିନ୍ତୁ ବିହାରରେ ଚମକି ଜ୍ବରରେ ଶିଶୁ ମୃତ୍ୟୁ ଲାଗି ରହିଥିବାରୁ ଜନ୍ମଦିନ ନ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ରାହୁଲ ।
ଆଜି ରାହୁଲ ଗାନ୍ଧୀ 49ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏଥିପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭକାମନା ଜଣାଇଛନ୍ତି । ରାହୁଲଙ୍କ ସମର୍ଥକମାନେ ସାରାଦେଶରେ ଜନ୍ମଦିନ ପାଳୁଛନ୍ତି । ଦେଶର ଅନେକ ସ୍ଥାନରେ ଗଛ ଲଗା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
1970 ମସିହା ଜୁନ୍ 19 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ରାହୁଲ । ସେ ପ୍ରଥମଥର ପାଇଁ 2004ରେ ଆମେଠିରୁ ସାଂସଦ ହୋଇଥିଲେ । ପରେ 2009 ଓ 2014 ମଧ୍ୟ ରାହୁଲ ସେହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ 2019 ଲୋକସଭା ନିର୍ବାଚନ ପାଇଁ ତାଙ୍କ ପାଇଁ ଏତେ ସହଜ ନଥିଲା । ତାଙ୍କ ବିପକ୍ଷରେ ବିଜେପିର ସ୍ମୃତି ଇରାନୀ ଛିଡା ହୋଇ ତାଙ୍କୁ ପରାଜୟର ସ୍ବାଦ ଚଖାଇଥିଲେ ।