ଓଡିଶା

odisha

ETV Bharat / bharat

‘ଭୋକରେ ଭାରତର ଗରିବ, ବନ୍ଧୁଙ୍କ ପକେଟ ଗରମ କରୁଛନ୍ତି ସରକାର’ - ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ

ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟରେ ଭାରତ 107 ଦେଶ ତାଲିକାରେ 94 ନମ୍ବର ସ୍ଥାନରେ ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, କେନ୍ଦ୍ର ସରକାର ତାଙ୍କର କିଛି ବିଶେଷ ବନ୍ଧୁଙ୍କ ପକେଟ ଗରମ କରୁଛନ୍ତି ।

ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ
ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

By

Published : Oct 17, 2020, 5:08 PM IST

ନୂଆଦିଲ୍ଲୀ: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟରେ ଭାରତର ସ୍ଥିତି ପଡୋଶୀ ଦେଶ ଅପେକ୍ଷା ଖରାପ ଅଟେ। 107 ଦେଶ ତାଲିକାରେ ଭାରତ 94 ନମ୍ବର ସ୍ଥାନରେ ରହିଛି। ଏଥିପାଇଁ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । କେନ୍ଦ୍ର ସରକାର ତାଙ୍କର କିଛି ବିଶେଷ ବନ୍ଧୁଙ୍କ ପକେଟ ଗରମ କରୁଥିବା ଅଭିଯୋଗ କରିଛନ୍ତି ରାହୁଲ।

ଏନେଇ ସେ ଟ୍ୱିଟ କରିଛନ୍ତି, ଭାରତର ଗରିବ ଭୋକରେ ଅଛନ୍ତି । କାରଣ ସରକାର ନିଜର କିଛି ବିଶେଷ ବନ୍ଧୁଙ୍କ ପକେଟ ଗରମ କରୁଛନ୍ତି।

ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

ତେବେ ପୂର୍ବ ତୁଳନାରେ ଏଥର ଭାରତର ରାଙ୍କରେ ଉନ୍ନତି ଆସିଛି । 2019ରେ 117 ଟି ଦେଶରେ ଭାରତ 102ତମ ସ୍ଥାନରେ ରହିଥିଲା। ସେହିପରି 2015ରେ 93 ତମ, 2016 ରେ 97 ତମ, 2017 ରେ 100 ତମ, 2018 ରେ 103 ତମ ସ୍ଥାନରେ ଥିଲା।

ଗ୍ଲୋବାଲ ହଙ୍ଗର୍ ଇଣ୍ଡେକ୍ସ 2020 ରିପୋର୍ଟ ଅନୁଯାୟୀ, 27.2 ସ୍କୋର ସହିତ ଭାରତର କ୍ଷୁଧା ସ୍ଥିତି ଗମ୍ଭୀର ରହିଛି । ରିପୋର୍ଟ ଅନୁଯାୟୀ, ଦେଶର ପ୍ରାୟ 14% କୁପୋଷଣର ଶିକାର ଅଟନ୍ତି।

ABOUT THE AUTHOR

...view details