ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି ଯେ ସମଗ୍ର ଦେଶ ଆସାମ ସହିତ ଅଛି । ଆସାମ ଏକ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି ଓ ରାଜ୍ୟବାସୀ ପ୍ରାକୃତିକ ବିପର୍ଯ୍ୟୟକୁ ଦୂର କରିବେ ବୋଲି ଆତ୍ମବିଶ୍ବାସ ବ୍ୟକ୍ତ କରିଛନ୍ତି ସେ। ଶୁକ୍ରବାର ଏକ ସରକାରୀ ବୁଲେଟିନ୍ରେ କୁହାଯାଇଛି ଯେ ବନ୍ୟା ଯୋଗୁଁ ରାଜ୍ୟର 33 ଟି ଜିଲ୍ଲା ମଧ୍ୟରୁ 28 ଟିରେ 35 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।
ଆସାମ ବନ୍ୟା ସ୍ଥିତି: ପୀଡିତଙ୍କୁ ସହାୟତା କରିବାକୁ ରାହୁଲଙ୍କ ଅପିଲ୍ - Rahul Gandhi appeals to Congress workers
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି ଯେ ସମଗ୍ର ଦେଶ ଆସାମ ସହିତ ଅଛି । ଆସାମ ଏକ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି ଓ ରାଜ୍ୟବାସୀ ପ୍ରାକୃତିକ ବିପର୍ଯ୍ୟୟକୁ ଦୂର କରିବେ ବୋଲି ଆତ୍ମବିଶ୍ବାସ ବ୍ୟକ୍ତ କରିଛନ୍ତି ସେ।
ପୀଡିତଙ୍କୁ ସହାୟତା କରିବାକୁ ରାହୁଲ ଗାନ୍ଧୀଙ୍କ ଅପିଲ୍
ରାହୁଲ ଗାନ୍ଧୀ ଏକ ଟ୍ବିଟ୍ରେ କହିଛନ୍ତି, ‘ସମଗ୍ର ଦେଶ ଆସାମ ସହିତ ଅଛି। ଆସାମର ଲୋକେ ସାହସିକତା ସହିତ ଏହି ସମସ୍ୟାର ମୁକାବିଲା କରୁଛନ୍ତି ଓ ଏହି ବିପର୍ଯ୍ୟୟକୁ ନିଶ୍ଚିତ ଦୂର କରିବେ ’। ଏହାସହ କଂଗ୍ରେସ କର୍ମୀଙ୍କୁ ଯଥାସମ୍ଭବ ସହାୟତା କରିବାକୁ ନିବେଦନ କରିଛନ୍ତି ରାହୁଲ ଗାନ୍ଧୀ । ଚଳିତ ବର୍ଷ ଆସାମରେ ବନ୍ୟା ଓ ଭୂସ୍ଖଳନରେ ମୋଟ 102 ଜଣଙ୍କ ମୃତ୍ୟୁ ହୋଇଛି । 76 ଜଣ କେବଳ ବନ୍ୟା କାରଣରୁ ମୃତ୍ୟୁ ବରଣ କରିଥିବା ବେଳେ 26ଜଣ ଭୂସ୍ଖଳନରେ ପ୍ରାଣ ହରାଇଛନ୍ତି ।