ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସରଗରମ ହୋଇ ଉଠିଛି ଦେଶର ରାଜନୀତି । ଦଳଗୁଡିକ ମଧ୍ୟରେ ଚାଳିଛି ଜୋରଦାର ଲଢେଇ । ଏହାସହ ନେତାଙ୍କ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପର ପର୍ବ । ଲୋକସଭା ନିର୍ବାଚନକୁ ନେଇ ମାହୋଲ ଜୋରଦାର ହେବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ରମାଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରି ଚାଲିଛନ୍ତି ଟାର୍ଗେଟ ।
କଥା ଦୋହରାଇଲେ ରାହୁଲ, ଏଥର 7 ରେସ କୋର୍ସରେ ହେବ ଡିବେଟ - debate
ଗୁରୁବାର ରାଏବରେଲୀରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନାମାଙ୍କନ ଭରିବା ପରେ କଂଗ୍ରେସ ଅଧ୍ୟକ୍ଷ ପୁଣିଥରେ ପିଏମ ମୋଦିଙ୍କୁ ଦୁର୍ନୀତି ଉପରେ ଡିବେଟ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି । ଯଦି ପ୍ରଧାନମନ୍ତ୍ରୀ ହଁ କରିବେ ତେବେ ରାହୁଲ ଦୁର୍ନୀତି ଉପରେ ସେଭେନ ରେସ କୋର୍ସ ଯାଇ ଡିବେଟ କରିବାକୁ ରାଜି ଅଛନ୍ତି ବୋଲି କହିଛନ୍ତି ।

ସେ ପିଏମଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ପିଏମ ତାଙ୍କ ସହ ଦୁର୍ନୀତି ଉପରେ ଡିବେଟ କରନ୍ତୁ । ଏଥିରୁ ଜଣା ପଡିଯିବ ଯେ ଚୌକିଦାର ହେଉଛନ୍ତି ଚୋର । ଦେଶର ଜନତାଙ୍କ ପାଇଁ ମୋଦି ଗତ ୫ ବର୍ଷରେ କିଛି କରି ନାହାଁନ୍ତି । ସେ ନିଜକୁ ଦେଶର ଜନତାଠୁ ଅଧିକ ବଡ ବୋଲି ମନେ କରୁଛନ୍ତି । ତାଙ୍କର ଏହି ବ୍ୟବହାରର ଫଳାଫଳ ନିର୍ବାଚନ ପରିମାଣରେ ଦେଖିବାକୁ ମିଳିବ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ।