ନୂଆଦିଲ୍ଲୀ: କେରଳ ସୋଲାର ସ୍କାମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦେଶ ସାବ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ। 2019ରେ ୱାଇନାଡ଼ରୁ ନିର୍ବାଚନ ଲଢ଼ିଥିଲେ ରାହୁଲ ଗାନ୍ଧୀ। ତେବେ ସୋଲାର ସ୍କାମ ମାମଲାରେ ରାହୁଲ ଗାନ୍ଧୀ ମୁଖ୍ୟ ଦୋଷୀ ବୋଲି ଅଭିଯୋଗ କରିଥିଲେ କେରଳର ସରିଥା ନାୟର ନାମକ ମହିଳା। ଏହାକୁ ନେଇ ରାହୁଲ ଗାନ୍ଧୀଙ୍କୁ ୱାଇନାଡ଼ରେ ଲୋକସଭା ନର୍ବାଚନ ଲଢ଼ିବାକୁ ଦିଆନଯାଉ ବୋଲି ଦାବି କରିଥିଲେ ମହିଳା। ଏନେଇ ମହିଳା ଜଣକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ସରିଥା ନାୟରଙ୍କ ପିଟିସନକୁ ନେଇ 2019 ମସିହାରେ ସୁପ୍ରିମକୋର୍ଟରେ କେସ ହୋଇଥିଲା। ଏହାକୁ ସୁପ୍ରିମକୋର୍ଟଙ୍କ 3 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଏହି ଶୁଣାଣି ବେଳେ ସରିଥା ନାୟରଙ୍କ ଉପରେ ସୁପ୍ରିମକୋର୍ଟ 1 ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ କହିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସରଦ ଅରବିନ୍ଦ ବୋବଡ଼େ ସରିଥା ନାୟରଙ୍କ ଅଭିଯୋଗକୁ ଖାରଜ କରିଛନ୍ତି। ଏହାସହ କୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବା ଅଭିଯୋଗରେ ତାଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ ଦାଖଲ କରିବାକୁ କହିଛନ୍ତି।