ଓଡିଶା

odisha

ETV Bharat / bharat

ଗଣତନ୍ତ୍ର ଦିବସରେ ବିଶ୍ୱ ଦେଖିବ ବାହୁବଳୀ ରାଫେଲର ଦମ, ଆକାଶରେ ଗର୍ଜିବେ 42 ବିମାନ

26 ଜାନୁଆରୀରେ ହେବାକୁ ଥିବା ଏହି ପରେଡରେ ପ୍ରଦର୍ଶିତ ହେବ ଭାରତର ବାହୁବଳୀ ରାଫେଲ । ଭର୍ଟିକାଲ ଫର୍ମେସନରେ ରାଫେଲ ଉଡାଣ ଭରିବା ପରେ ଫ୍ଲାଇପାଷ୍ଟ ଶେଷ ହେବ । ଅଧିକ ପଢନ୍ତୁ...

ଗଣତନ୍ତ୍ର ଦିବସରେ ବିଶ୍ୱ ଦେଖିବ ବାହୁବଳୀ ରାଫେଲର ଦମ, ଆକାଶରେ ଗର୍ଜିବେ 42 ବିମାନ
ଗଣତନ୍ତ୍ର ଦିବସରେ ବିଶ୍ୱ ଦେଖିବ ବାହୁବଳୀ ରାଫେଲର ଦମ, ଆକାଶରେ ଗର୍ଜିବେ 42 ବିମାନ

By

Published : Jan 18, 2021, 7:40 PM IST

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପରେଡକୁ ନେଇ ଜୋରସୋରରେ ଆଗେଇଚାଲିଛି ପ୍ରସ୍ତୁତି । 26 ଜାନୁଆରୀରେ ହେବାକୁ ଥିବା ଏହି ପରେଡରେ ପ୍ରଦର୍ଶିତ ହେବ ଭାରତର ବାହୁବଳୀ ରାଫେଲ । ଭାରତୀୟ ବାୟୁସେନା ପରେଡ ସମୟରେ ମେକ ଇନ ଇଣ୍ଡିଆ ଥିମ ଅନ୍ତର୍ଗତ ଯୁଦ୍ଧ ବିମାନର ପ୍ରଦର୍ଶନ କରିବ । ତେବେ ପ୍ରଥମ ଥର ପାଇଁ ରାଫେଲର ପ୍ରଦର୍ଶନ ସାର୍ବଜନିନ ଆଧାରରେ କରାଯିବ ।

ପରେଡ ସମୟରେ ମୋଟ 42 ବିମାନ ଏଥିରେ ଅଂଶଗ୍ରହଣ କରିବେ । ଏଥିରେ ରାଫେଲ, ସୁଖୋଇ-30, ମିଗ-29, ଜାଗୁଆର ସମେତ ଅନେକ ବିମାନ ପ୍ରଦର୍ଶନ କରାଯିବ । ଚିନୁକ ଟ୍ରାନ୍ସପୋର୍ଟ ହେଲେକପ୍ଟର, ଆପାଚି କମ୍ବାକ୍ଟ ହେଲିକପ୍ଟର ସି-130 ଜେ ଟ୍ରାନ୍ସପୋର୍ଟ ବିମାନ ସାମିଲ ହେବ । କେବଳ ଏତିକି ନୁହେଁ, ତେଜସ ଓ ରୋହିଣି ସର୍ଭିଲାନ୍ସ ରାଡାରର ମଧ୍ୟ ପ୍ରଦର୍ଶନ କରାଯିବ ।

ସବୁଠୁ ଖାସ କଥା ହେଉଛି ଯେ ଏହି ପରେଡରେ ରାଫେଲକୁ ଆକାଶରେ ଓଲଟା ଉଡିବାର ଦେଖିବାକୁ ମିଳିବ । ତେବେ ଭର୍ଟିକାଲ ଫର୍ମେସନରେ ଉଡାଣ ଭରିବା ପରେ ଫ୍ଲାଇପାଷ୍ଟ ଶେଷ ହେବ । ଏନେଇ ସୋମବାର ସୂଚନା ଦେଇଛି ଭାରତୀୟ ବାୟୁସେନା । ଭର୍ଟିକାଲ ଚାର୍ଲି ଫରମେଶନରେ ବିମାନ କମ ଉଚ୍ଚତାରେ ଉଡାଣ ଭରିଥାଏ । ସିଧା ଉପରକୁ ଯାଏ ଓ ଘୁରି ଘୁରି ଏକ ନିର୍ଦ୍ଧିଷ୍ଟ ଉଚ୍ଚତାରେ ସ୍ଥିର ହୋଇଯାଏ ।

ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିଲ୍ଲୀର ସମସ୍ତ ଅଞ୍ଚଳରେ ସୁରକ୍ଷା ବଢାଇଦିଆଯାଇଛି । କୋରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର 26 ଜାନୁଆରୀରେ ହେବାକୁ ଥିବା ପରେଡ କାର୍ଯ୍ୟକ୍ରମରେ ବିଶେଷ ଗାଇଡଲାଇନର ଅନୁପାଳନ କରାଯିବ ।

ABOUT THE AUTHOR

...view details