ଓଡିଶା

odisha

ରାଫେଲକୁ ଦିଆଯିବ ଓ୍ବାଟର ସ୍ୟାଲୁଟ

By

Published : Jul 29, 2020, 3:25 PM IST

ରାଫେଲକୁ ସ୍ବାଗତ କରିବା ପାଇଁ ସଜେଇ ହୋଇଛି ଅମ୍ବାଲା ବିମାନଘାଟି । ସମସ୍ତ 5 ରାଫେଲକୁ ଓ୍ବାଟର ସ୍ୟାଲୁଟ ଦିଆଯିବ ।

ରାଫେଲକୁ ଦିଆଯିବ ଓ୍ବାଟର ସ୍ୟାଲୁଟ
ରାଫେଲକୁ ଦିଆଯିବ ଓ୍ବାଟର ସ୍ୟାଲୁଟ

ଚଣ୍ଡିଗଡ: ଆସୁଛି ମହାରକ୍ଷକ ରାଫେଲ । ଆଉ କିଛି ସମୟ ପରେ ହରିୟାଣାର ଅମ୍ବାଲା ଏୟାର ବେସରେ ଅବତରଣ କରିସାରିଛି 5 ରାଫେଲ ଯୁଦ୍ଧ ବିମାନ । ତେବେ ରାଫେଲକୁ ସ୍ବାଗତ କରିବା ପାଇଁ ସଜେଇ ହୋଇଛି ଅମ୍ବାଲା ବିମାନଘାଟି । ସମସ୍ତ 5 ରାଫେଲକୁ ଓ୍ବାଟର ସ୍ୟାଲୁଟ ଦିଆଯିବ ।

ରାଫେଲକୁ ଦିଆଯିବ ଓ୍ବାଟର ସ୍ୟାଲୁଟରାଫେଲକୁ ଦିଆଯିବ ଓ୍ବାଟର ସ୍ୟାଲୁଟ

ଯେକୌଣସି ନୂଆ ବିମାନ ସେନାରେ ସାମିଲ ହେବା ପରେ ଏହାକୁ ଓ୍ବାଟର ସ୍ୟାଲୁଟ ଦିଆଯିବା ନେଇ ଭାରତୀୟ ବାୟୁସେନାର ପରମ୍ପରା ରହିଛି । ରାଫେଲର ଲ୍ୟାଣ୍ଡିଂ ସମୟରେ ବାୟୁସେନା ମୁଖ୍ୟ ମାର୍ଶାଲ ଆର.କେ.ଏସ ଭଦୋରିୟା ଅମ୍ବାଲା ଏୟାରବେସରେ ଉପସ୍ଥିତ ରହି ସ୍ବାଗତ ଜଣାଇଛନ୍ତି । ସମ୍ପୂର୍ଣ୍ଣ ଏୟାରବେସରେ ଧାରା 144 ଲାଗୁ କରାଯିବା ସହ ଅଞ୍ଚଳକୁ ନୋ ଡ୍ରୋନ ଜୋନ ଭାବରେ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details