ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ପ୍ରକୋପ ଜାରି ରହିଛି । କୋରୋନା ମୁକାବିଲା ପାଇଁ ଦେଶବାସୀ ଏକଜୁଟ ହୋଇଛନ୍ତି । ଦେଶରେ ଏଭଳି ପରିସ୍ଥିତି ସମୟରେ ସମସ୍ତେ ନିଜ ସାଧ୍ୟ ମୁତାବକ ଅର୍ଥ ରାଶି ଦାନ କରୁଛନ୍ତି । ଏପରିସ୍ଥଳେ ରାଧେ ମା' ଚାରିଟେବୁଲ ସୋସାଇଟି, ନୂଆଦିଲ୍ଲୀ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ କୋଭିଡ -19 କୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିଛି ।
ଏହାପୂର୍ବରୁ ରାଧେ ମା' ଚାରିଟେବୁଲ ସୋସାଇଟି ଏପ୍ରିଲ 2 ତାରିଖ ପିଏମ କେୟାର ଫାଣ୍ଠିକୁ 10 ଲକ୍ଷ ଟଙ୍କା ଏବଂ ଏପ୍ରିଲ 15, 2020 ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କୋଭିଡ ପାଣ୍ଠିକୁ 5 ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ ।