ବିହାର: ନିଜ ମନ୍ତବ୍ୟ ପାଇଁ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଲୋକସଭାର ଶେଷ ଅଧିବେଶନରେ ମୁଲାୟମ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଛନ୍ତି । ଏହାକୁ ନେଇ ସାରା ଦେଶରେ ମୁଲାୟମଙ୍କୁ ସମାଲୋଚନା କରାଯାଇଛି ।
'ମୁଲାୟମଙ୍କ ବୟସ ହୋଇଗଲାଣି, ତାଙ୍କ ମୁଣ୍ଡ କାମ କରୁନି' - PM
ମୋଦିଙ୍କ ସମର୍ଥନରେ ମୁଲାୟମ । ପ୍ରଧାନମନ୍ତ୍ରୀ ଭାବେ ଆଉଥରେ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ଚାହାନ୍ତି ମୁଲାୟମ ସିଂହ ଯାଦବ ।
ଡିଜାଇନ ଫଟୋ
ରାବ୍ରି ଦେବୀ ଆହୁରି କହିଛନ୍ତି ଯେ ବାର୍ଦ୍ଧକ୍ୟ ହୋଇଯାଇଥିବାରୁ ମୁଲାୟମଙ୍କ ସ୍ମୃତି ଶକ୍ତି କମିଯାଇଛି । ତାଙ୍କର କିଛି କଥା ମନେ ରହୁନି । ସେଥିପାଇଁ ସେ ଏପରି ମନ୍ତବ୍ୟ ଦେଉଛନ୍ତି । ଏହାର କିଛି ଅର୍ଥ ନାହିଁ । ତାଙ୍କ କଥାର କୌଣସି ମୂଲ୍ୟ ନାହିଁ ବୋଲି ରାବ୍ରି କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଲୋକସଭାର ଶେଷ ଅଧିବେଶନରେ ମୁଲାୟମ କହିଥିଲେ ସେ ଚାହୁଁଛନ୍ତି ସମସ୍ତ ସଦସ୍ୟ ପୁଣିଥରେ ଗୃହକୁ ଫେରନ୍ତୁ । ମୋଦି ଆଉଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ ଆଶାବାଦୀ ଅଛନ୍ତି । ତାଙ୍କ ମନ୍ତବ୍ୟ ପରେ ସଦସ୍ୟମାନେ ଗୃହରେ କରତାଳି ମାରି ଏହାକୁ ସ୍ୱାଗତ କରିଥିଲେ ।