ଓଡିଶା

odisha

ETV Bharat / bharat

ବିଜୟ ପରେ ଯୋଗିଙ୍କୁ ଭେଟିଲେ ରବି କିଶାନ

ବିଜୟଲାଭ କରିଥିବା ବିଜେପି ନେତା ରବି କିଶାନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ଭେଟିଛନ୍ତି । ରବି ଗୋରଖପୁର ଆସନରେ ସମାଜବାଦୀ ପାର୍ଟିର ରାମଭୁଆଲ ନିଶଦଙ୍କୁ ହରାଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : May 25, 2019, 12:31 PM IST

ଲକ୍ଷ୍ନୌ: ଗୋରଖପୁର ଆସନରୁ ବିଜୟ ଲାଭ କରିଥିବା ବିଜେପି ନେତା ରବି କିଶାନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ଭେଟିଛନ୍ତି ।

ଗୋରଖପୁର ଲୋକସଭା ଆସନରୁ ଯୋଗି ଲଗାତର 5 ଥର ପ୍ରତିନିଧିତ୍ବ କରିଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ହେବେ ପରେ ଗତ ବର୍ଷ ଉପନିର୍ବାଚନରେ ଏହି ଆସନ ସମାଜବାଦୀ ପାର୍ଟି ହାତକୁ ଚାଲି ଯାଇଥିଲା ।

ଚଳିତ ବର୍ଷ ନିର୍ବାଚନରେ ବିଜେପି ଭୋଜପୁରୀ ଅଭିନେତା ରବି କିଶାନଙ୍କୁ ଗୋରଖପୁର ଆସନରୁ ପ୍ରାର୍ଥୀ କରି ନିଜ ଗଡ ବଞ୍ଚାଇବାରେ ସକ୍ଷମ ହୋଇଛି । ରବି ଗୋରଖପୁର ଆସନରେ ସମାଜବାଦୀ ପାର୍ଟିର ରାମଭୁଆଲ ନିଶଦଙ୍କୁ 3 ଲକ୍ଷ ଏକ ହଜାର 6ଶହ 64ଟି ଭୋଟ ହରାଇଛନ୍ତି ।

ABOUT THE AUTHOR

...view details