ଓଡିଶା

odisha

ETV Bharat / bharat

ସାଧାରଣତନ୍ତ୍ର ଦିବସ ହିଂସା ଘଟଣା; 84 ଗିରଫ, 38 ମାମଲା ରୁଜୁ - କୃଷି ବିଲ

ସାଧାରଣତନ୍ତ୍ର ଦିବସରେ ହିଂସା ଘଟଣା । ମାମଲାର ବିଭିନ୍ନ ଦିଗରୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ ତନଘନା କରୁଛି । ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଟିମ 38 ଟି ମାମଲା ରୁଜୁ କରିିଛି । ଅଧିକ ପଢନ୍ତୁ...

R-Day violence
ସାଧାରଣତନ୍ତ୍ର ହିଂସା ଘଟଣା

By

Published : Jan 31, 2021, 11:54 AM IST

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ହିଂସା ମାମଲା । ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପୋଲିସ1700 ମୋବାଇଲ କ୍ଲିପ ସହ ସିସିଟିଭ ଫୁଟେଜ ଜବତ କରିଛି । ଏହି ଘଟଣାରେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ 84 ଜଣକୁ ଗରିଫ କରିବା ସହ 38 ଟି ମାମଲା ରୁଜୁ କରିସାରିଛି ।

ଗତ ଜାନୁଆରୀ 26ରେ ଚାଷୀମାନେ ଟ୍ରାକ୍ଟର ରାଲି କରିବାକୁ ଯାଇ ଲାଲକିଲ୍ଲାରେ ହିଂସା ସୃଷ୍ଟି ହୋଇଥିଲା । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ପୋଲିସ ଓ ଫରେନକ୍ସି ଟିମ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ତନାଘନ କରୁଛି । ଶୁକ୍ରବାର ଦିଲ୍ଲୀ ପୋଲିସ ହିଂସା ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ଦୁଇ ଜଣଙ୍କୁ ଖୋଜିବା ପାଇଁ ଜଲନ୍ଦର ଯାଇଥିଲେ।

ସାଧାରଣତନ୍ତ୍ର ହିଂସା ଘଟଣା

ସାଧାରଣତନ୍ତ୍ର ଦିବସରେ କୃଷି ଆଇନକୁ ପ୍ରତ୍ୟାହାର ଦାବି କରି କୃଷକ ସଙ୍ଗଠନକୁ ତିନୋଟି ରୁଟରେ ଟ୍ରାକ୍ଟର ରାଲି କରିବାକୁ ଅନୁମତି ଦିଆଯାଇଥିଲା । ହେଲେ ଆନ୍ଦୋଳନରତ ଚାଷୀମାନେ ଲାଲକିଲ୍ଲାକୁ ଧସେଇ ପସିବା ପରେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା । ପୋଲିସ ଚାଷୀଙ୍କୁ ଅଟକାଇବାକୁ ଯାଇ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଲାଲକିଲ୍ଲାକୁ ହଜାର ହଜାର ଚାଷୀ ପଶି ଆସିବା ସହ ଲାଲକିଲ୍ଲାର ପାଚେରୀ ଚଢି ଶିଖ ସମ୍ପ୍ରଦାୟର ପତାକା ଉଡାଇଥିଲେ ।ନଭେମ୍ବର 26 ତାରିଖ ଠାରୁ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରିଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details