ଓଡିଶା

odisha

ETV Bharat / bharat

ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି: 11 ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ - ଗ୍ରୀନଲାଇନ

ଗଣତନ୍ତ୍ର ଦିବସ ଏବଂ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ପକ୍ଷରୁ ଅନେକ ଷ୍ଟେସନକୁ ସମ୍ପୁର୍ଣ୍ଣ ରୂପେ ବନ୍ଦ କରିବାକୁ ନିଷ୍ପତି ନେଇଛି ।

ଗ୍ରୀନଲାଇନ ଉପରେ 11 ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ
ଗ୍ରୀନଲାଇନ ଉପରେ 11 ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ

By

Published : Jan 26, 2021, 5:32 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ଏବଂ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ପକ୍ଷରୁ ଅନେକ ଷ୍ଟେସନକୁ ସମ୍ପୁର୍ଣ୍ଣ ରୂପେ ବନ୍ଦ କରିବାକୁ ନିଷ୍ପତି ନେଇଛି । ସମସ୍ତ ମେଟ୍ରୋ ଷ୍ଟେସର ଗ୍ରେ ଲାଇନରେ ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ବନ୍ଦ ଥିବାନେଇ ଦିଲ୍ଲୀ ମେଟ୍ରୋ କର୍ପୋରେଶନ ପକ୍ଷରୁ ସୂଚନା ମିଳିଛି ।

ଡିଏମଆରସି ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ, ୟୟୋ ଲାଇନ(ହୁଡସିଟି ସେଣ୍ଟର-ସମୟପୁର ବାଦଲି ରୁଟ)ର ଅନେକ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଦ୍ବାରାକୁ ବନ୍ଦ କରାଯାଇଛି ।

ଜାତୀୟ ରାଜଧାନୀରେ ଆଇଟିଓ, ଯମୁନା ବ୍ରିଜ୍ ଏବଂ ଅନ୍ୟାନ୍ୟ ସ୍ଥାନ ସମେତ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୋଲିସ ବ୍ୟାରିକେଡ୍ ଲଗାଯାଇ ସୁରକ୍ଷା କଡାକଡି କରାଯାଇଛି। ସମ୍ପ୍ରତି ପ୍ରଣୟନ ହୋଇଥିବା କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ଗଣତନ୍ତ୍ର ଦିବସରେ କୃଷକ ସଂଙ୍ଗଠନ ଦ୍ବାରା ଡକାଯାଇଥିବା ଟ୍ରାକ୍ଟର ରାଲିକୁ ଦୃଷ୍ଟିରେ ରଖି ଏହା କରାଯାଇଛି।

ଏହାପୂର୍ବରୁ ଜାନୁଆରୀ 24 ରେ ଦିଲ୍ଲୀ ପୋଲିସର ସ୍ପେଶାଲ କମିଶନର (ସିପି), ଇଣ୍ଟେଲିଜେନ୍ସ, ଦେବେନ୍ଦ୍ର ପାଠକ କହିଥିଲେ ଯେ, ଦିଲ୍ଲୀର ତିନୋଟି ସୀମାବର୍ତ୍ତୀ ସ୍ଥାନରୁ କୃଷକଙ୍କ ଟ୍ରାକ୍ଟର ରାଲି ପାଇଁ ତିନୋଟି ରୁଟ ସ୍ଥିର କରାଯାଇଛି। ଗଣତନ୍ତ୍ର ଦିବସରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟି ରଖି ମେଟ୍ରୋ ଷ୍ଟେସନରେ ପାର୍କିଂ ସୁବିଧା ଉପଲବ୍ଧ କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details