ଇମ୍ଫାଲ: ମଣିପୁର ଓ ମିଆଁମାର ସୀମାରେ ଶୁକ୍ରବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 3.6 ରହିଥିବା ଜଣାପଡିଛି । ଭୂମିକମ୍ପ କେନ୍ଦ୍ର ଉତ୍ତର-ପୂର୍ବ ମଣିପୁରର ଉଖରୁଲରେ ପୃଥିବୀପୃଷ୍ଠରୁ 76 କିଲୋମିଟର ତଳେ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ମୃଦୁ ଭୂମିକମ୍ପରେ ଦୋହଲିଲା ମଣିପୁରରେ - earth Quake in northeast
ମଣିପୁର ଓ ମିଆଁମାର ସୀମାରେ 3.6 ତୀବ୍ରତାର ମୃଦୁ ଭୂମିକମ୍ପ ଅନୁଭୂତ । କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ଅଧିକ ପଢନ୍ତୁ...
ମଣିପୁରରେ ମୃଦୁ ଭୂମିକମ୍ପ
ଭୂମିକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ତେବେ ଗତ ସପ୍ତାହରେ ଆସାମରେ 5.0 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ବିଶ୍ବର ଭୂମିକମ୍ପ ଜୋନ ମଧ୍ୟରେ ଭାରତର ପୂର୍ବତ୍ତୋର 6 ନମ୍ବର ସ୍ଥାନରେ ରହିଛି ।
@ians_india