ଓଡିଶା

odisha

ETV Bharat / bharat

ବ୍ୟବସାୟିକ ସହଭାଗିତାକୁ ନେଇ କତାର ଓ ଭାରତ ମଧ୍ୟରେ ଆଲୋଚନା - ଏସ ଜୟଶଙ୍କର

କତାର ଗସ୍ତରେ ରହିଛନ୍ତି ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର। ଆଜି(ରବିବାର) କତାରରେ ପହଞ୍ଚିବା ପରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟକୁ ନେଇ କତାର ବୈଦେଶିକ ମନ୍ତ୍ରୀ ଶେଖ ଖଲିପାଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ...

Qatar and India discuss about strengthening business partnerships
ବ୍ୟବସାୟିକ ସହଭାଗିତାକୁ ନେଇ ଦୁଇ କତାର ଓ ଭାରତ ମଧ୍ୟରେ ଆଲୋଚନା

By

Published : Dec 27, 2020, 6:33 PM IST

ନୂଆଦିଲ୍ଲୀ: କତାର ଗସ୍ତରେ ରହିଛନ୍ତି ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଆଜି(ରବିବାର) କତାରରେ ପହଞ୍ଚିବା ପରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟକୁ ନେଇ କତାର ବୈଦେଶିକ ମନ୍ତ୍ରୀ ଶେଖ ଖଲିପାଙ୍କ ସହ ଆଲୋଚନା କରିଛନ୍ତି । ଦୁଇ ଦେଶର ବ୍ୟବସାୟିକ ସହଭାଗିତାକୁ ମଝବୁତ କରିବା ପାଇଁ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ପ୍ରତିବଦ୍ଧ କରିଛନ୍ତି ।

ବ୍ୟବସାୟିକ ସହଭାଗିତାକୁ ନେଇ ଦୁଇ କତାର ଓ ଭାରତ ମଧ୍ୟରେ ଆଲୋଚନା

ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ଦେଶରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅଭିଯାନ ଦ୍ବାରା କିଭଳି ଭାବରେ ଯୁବଗୋଷ୍ଠୀ ନିଜ ପାଇଁ ନୂତନ ସୁଯୋଗ ସୃଷ୍ଟି କରି ପାରୁଛନ୍ତି ସେନେଇ ଅବଗତ କରାଇଥିଲେ। ଏହାସହ ବ୍ୟବସାୟିକ ସହଭାଗିତାକୁ ନେଇ ହୋଇଥିବା ଏହି ରାଉଣ୍ଡ ଟେବୁଲ ବୈଠକ ପାଇଁ ସେ କତାର ବୈଦେଶିକ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି ସୂଚନା ଦେଇଛନ୍ତି।

ଦୁଇ ଦିନିଆ କତାର ଗସ୍ତରେ ରହିଛନ୍ତି ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର। ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ କରିବାକୁ ଚେଷ୍ଟା କରିବେ। ଏହାସହ ବିଭିନ୍ନ ଅନ୍ତର୍ଜାତିକ ପ୍ରସଙ୍ଗ ଉପରେ କିଭଳି ଦୁଇ ଦେଶ ମିଳିତ ଭାବରେ କାର୍ଯ୍ୟ କରି ପାରିବେ ସେ ନେଇ ଧ୍ୟାନ ଦିଆଯିବ।

କତାରରେ 7 ଲକ୍ଷରୁ ଅଧିକ ଭାରତୀୟ ରହିଛନ୍ତି। 2019-20 ପାଇଁ ଦୁଇ ଦେଶ ମଧ୍ୟରେ 10.95 ବିଲିୟନ ଡଲାର ଦ୍ବିପାକ୍ଷିକ ବାଣିଜ୍ୟ ଚୁକ୍ତି ହୋଇଥିଲା। ଶକ୍ତି ଏବଂ ପୁଞ୍ଜି ନିବେଶ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗକୁ ଜୋରଦାର କରିବାକୁ ଉଭୟ ପକ୍ଷ ପ୍ରତିବଦ୍ଧ ରହିଛନ୍ତି। ଦୁଇ ଦେଶ କୋଭିଡ -19 ମହାମାରୀର ମୁକାବିଲା ପାଇଁ ଏୟାର ବବଲ ବ୍ୟବସ୍ଥାରେ ବିମାନ ଚଳାଚଳ ବ୍ୟବସ୍ଥା କରାଯାଇଥିଲା। ଦୁଇ ଦେଶର ସମନ୍ବିତ କାର୍ଯ୍ୟ ପାଇଁ ଭାରତ ଏବଂ କତାର ମିଳିତ ଭାବେ କାର୍ଯ୍ୟ କରିଛନ୍ତି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ।

@ani

ABOUT THE AUTHOR

...view details