ଜୟପୁର:ମେଡିକାଲରେ 30 ପ୍ରତିଶତ ଶଯ୍ୟା କୋରୋନା ଆକ୍ରାନ୍ତଙ୍କ ପାଇଁ ରହିବ ସଂରକ୍ଷିତ । ଏନେଇ ରାଜସ୍ଥାନର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ଟର ରଘୁ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ଜୟପୁର, ଯୋଧପୁର, କୋଟା, ଉଦୟପୁର, ଅଜମେର ଓ ବିକାନେର ଜିଲ୍ଲା ମୁଖ୍ୟାଳୟରେ କୋରୋନା ରୋଗୀଙ୍କ ପାଇଁ 30% ଶଯ୍ୟା ସଂରକ୍ଷଣ ରହିବ । କୋରୋନା କାଳରେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ମେଡିକାଲର କର୍ତ୍ତୃପକ୍ଷଙ୍କ ଭୂମିକା ବେଶ ପ୍ରଶଂସନୀୟ । କୋରୋନା ପରିଚାଳନାରେ ଉଭୟ ଘରୋଇ ଓ ସରକାରୀ ମେଡିକାଲର ଭୁମିକ ବେଶ ଗୁରୁତ୍ବପୁର୍ଣ୍ଣ ରହିଥିଲା । ହେଲେ କିଛି ବଡ ଘରୋଇ ମେଡିକାଲରେ କୋରୋନା ରୋଗୀଙ୍କୁ ଚିକିତ୍ସା କରୁନାହାଁନ୍ତି।
କୋରୋନା ରୋଗୀଙ୍କ ପାଇଁ 30 ପ୍ରତିଶତ ବେଡ୍ ରହିବ ସଂରକ୍ଷିତ: ରାଜସ୍ଥାନ ସରକାର
ମେଡିକାଲରେ 30 ପ୍ରତିଶତ ଶଯ୍ୟା କୋରୋନା ଆକ୍ରାନ୍ତଙ୍କ ପାଇଁ ରହିବ ସଂରକ୍ଷିତ । ଏନେଇ ରାଜସ୍ଥାନର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ଟର ରଘୁ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...
ଜୟପୁର,ଯୋଧପୁର,କୋଟା ଏବଂଉଦୟପୁର ଜିଲ୍ଲା ଚିକିତ୍ସାଳୟରେ ଥିବା ମେଡିକାଲ ଗୁଡିକରେ 80 ଶର୍ଯ୍ୟା କ୍ଷମତା ବିଶିଷ୍ଟ ବେଡ ରହିଛି । ଏପରିକି 80ରୁ ଶଯ୍ୟାରୁ ଅଧିକ ଥିବା ମେଡିକାଲ ଗୁଡିକରେ 30 ପ୍ରତିଶତ ବେଡ କୋରୋନା ରୋଗୀଙ୍କ ପାଇଁ ସରକ୍ଷଣ ରଖିବାକୁ ପଡିବ । ସେହିପରି, ଅଜମେର ଏବଂ ବିକାନେରରେ 60 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଗୁଡିକରେ ମଧ୍ୟ ସମାନ ନିୟମ ଲାଗୁ ହେବ । କୋରୋନା ପ୍ରୋଟକଲ ଅନୁସରଣ କରୁଥିବା ଘରୋଇ ଡାକ୍ତରଖାନାଗୁଡ଼ିକୁ ମେଡିକାଲ ପରିସର ମଧ୍ୟରେ ପୃଥକ ଓ୍ବାର୍ଡ ଖୋଲି ରୋଗୀଙ୍କୁ ଚିକିତ୍ସା କରିବାକୁ ପଡିବ । ଶୁକ୍ରବାର ଦିନ ରାଜସ୍ଥାନରେ 4,010 ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ଜୟପୁରର 425ଟି ମାମଲା ରହିଛି । ତେବେ ରାଜ୍ୟରେ ମୋଟ 124,730ଟି କୋଭିଡ ମାମଲା ରହିଥିବା ବେଳେ 19,030ଟି ସକ୍ରିୟ ମାମଲା ରହିଛି । ମୃତ୍ୟୁ ସଂଖ୍ୟା 1,412ରେ ପହଞ୍ଚିଛି ।
@IANS