ଓଡିଶା

odisha

By

Published : Apr 3, 2019, 4:35 PM IST

ETV Bharat / bharat

ଆଇନ ଭାଙ୍ଗିଲା ଆଇନ ରକ୍ଷାକାରୀ, ଅଭିଯୁକ୍ତକୁ ଦେଲା ଅସହ୍ୟ ଦଣ୍ଡ

କାନପୁରସ୍ଥିତ ବୀଠୁର ଥାନାରେ ପୋଲିସର ଜଘନ୍ୟ କାଣ୍ଡ । ଅମାନବିକତାର ସମସ୍ତ ସୀମା ଟପିଲା ପୋଲିସ । ଅଭିଯୁକ୍ତ ଠାରୁ ସତ କାଢିବା ନେଇ ଗୁପ୍ତାଙ୍ଗରେ କରେଣ୍ଟ ।

ଫାଇଲ ଫଟୋ

କାନପୁର: ମଧ୍ୟପ୍ରଦେଶର ବୀଠୁର ଥାନାରେ ପୋଲିସ ବାବୁଙ୍କ ନାରକୀୟ କାଣ୍ଡ । ଜଣେ କଏଦୀକୁ ପଚରାଉଚରା ସମୟରେ ନିର୍ଦ୍ଧୁମ ମାଡ଼ ମରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଯେଉଁ ଘଟଣାରେ ଥାନାର ଏଏସଓଙ୍କୁ ସସପେଣ୍ଡ କରାଯାଇଛି ।

ସୂଚନାନୂଯାୟୀ, ହତ୍ୟା ମାମଲାରେ ସଜା କାଟୁଥିବା ଭିଡୈୟା ଗାଁର 2 ଜଣ ହତ୍ୟାକାରୀ ମୋନୁ ଓ ସୋନୁକୁ ମଙ୍ଗଳବାର ପୋଲିସ ପଚରାଉଚରା କରୁଥିଲା । ତେବେ ଅଭିଯୁକ୍ତ 2 ଜଣ ସତ କଥା ନକହିବାରୁ ଏଏସଓ ରାଗିଯାଇ ମୋନୁକୁ ନିର୍ଦ୍ଧୁମ ଛେଚି ଥିଲେ । ଏହାପରେ ତାକୁ ନିର୍ବସ୍ତ୍ର କରି ତାର ଗୁପ୍ତାଙ୍ଗରେ ପେଟ୍ରୋଲ ଢାଳି କରେଣ୍ଟ ଲଗାଇ ଦେଇଥିଲେ । ମୋନୁର ଅବସ୍ଥା ସାଂଘାତିକ ହେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଖବର ଅଭିଯୁକ୍ତ ମୋନୁ ଘରେ ପହଞ୍ଚିବା ପରେ ଥାନାକୁ ଯାଇ ପରିବାର ଲୋକେ ହଙ୍ଗାମା କରିଥିଲେ । ଘଟଣାର ଖବରପାଇ କଲ୍ୟାଣପୁର ଥାନା ସିଇଓ ପହଞ୍ଚି ବୁଝାସୁଝା କରିଥିଲେ । ତେବେ ଅଭିଯୁକ୍ତ ଜଣଙ୍କ ନିଜ ଦେହରେ ନିଜେ ନିଆଁ ଲଗାଇଥିବା ଥାନାରେ ଉପସ୍ଥିତ ପୋଲିସ କର୍ମଚାରୀମାନେ କହିଥିବାବେଳେ ପୋଲିସ ଘଟାଇଥିବା ଅଭାବନୀୟ କାଣ୍ଡ କଥା ମୋନୁକୁ ପଚାରିବା ପରେ ସାମ୍ନାକୁ ଆସିଥିଲା । ଆଉ ସେ ଯଦି ସମସ୍ତ ଘଟଣା ମିଡିଆ ଆଗରେ କୁହେ ତେବେ ତାକୁ ଏନକାଉଣ୍ଟର କରାଯିବାର ଧମକ ମଧ୍ୟ ଦିଆଯାଇଥିଲା ।

ଏଭିଳି କାଣ୍ଡ ଘଟାଇଥିବା ଏଏସଓଙ୍କୁ ଏସଏସପି ଅନନ୍ତ ଦେବ ସସପେଣ୍ଡ କରିଥିବା ଜଣାପଡିଛି ।

ABOUT THE AUTHOR

...view details