ଥିରୁଅନନ୍ତପୁରମ୍: କୋରୋନା ମହାମାରୀ ବାହାନାରେ ଲୋକ ଧାର୍ମିକ ବିଭାଜନ ପାଇଁ ଚେଷ୍ଟା କରୁଛନ୍ତି ବୋଲି କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି । ଯେଉଁମାନେ ନିଜାମୁଦ୍ଦିନ ସମାବେଶରେ ଭାଗ ନେଇଥିଲେ, ବିଶେଷ କରି ସେମାନଙ୍କୁ ବିରୋଧରେ ସୋସିଆଲ ମିଡିଆରେ ଅନେକ ମନ୍ତବ୍ୟ ଦିଆଯାଉଥିବା ସହ ଉଦ୍ଦେଶ୍ୟପୂର୍ଣ୍ଣ ଅଭିଯାନ ଚାଲିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ କଡା ଆଭିମୁଖ୍ୟ ଦେଖାଇ କହିଛନ୍ତି, କୋରୋନା ଭାଇରସ ଆତଙ୍କ ସମୟରେ କେହି ବି ଧର୍ମ ବିବାଦ ଆରମ୍ଭ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଅଭିଯାନକୁ ଜୋରଦାର କରିବା ପାଇଁ ବିଭିନ୍ନ ରାଜ୍ୟରେ ପ୍ରଶାସନ ଚେଷ୍ଟା କରୁଛନ୍ତି । ବୁଧବାର ସଂକ୍ରମିତ ଲୋକଙ୍କ ସଂଖ୍ୟା 1,900 ଅତିକ୍ରମ କରିଛି, ଏହାସହ ସର୍ବାଧିକ 450ଟି ନୂଆ ମାମଲା ସାମ୍ନାକୁ ଆସିଛ ।