ଓଡିଶା

odisha

By

Published : Nov 4, 2019, 5:09 PM IST

ETV Bharat / bharat

ପଞ୍ଜାବରେ ଶସ୍ୟ ଜଳା: ସାଟେଲାଇଟ ଚିତ୍ରରୁ ମିଳିଲା ସାଂଘାତିକ ତଥ୍ୟ

ପଞ୍ଜାବରେ ସାଟେଲାଇଟ ଦ୍ବାରା ଜାରି କରାଯାଇଥିବା ଚିତ୍ର ରାଜ୍ୟର ଶସ୍ୟ ଜଳା ଅଞ୍ଚଳକୁ ସ୍ପଷ୍ଟ ଭାବରେ ଦେଖାଇଛି। ଯାହା ଅତ୍ୟନ୍ତ ଚିନ୍ତାଜନକ ବୋଲି ଜଣାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବିଷାକ୍ତ ବାୟୁ ବଳୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଅଦୃଶ୍ୟମାନ ଭଳି ପ୍ରତୀୟମାନ ହେଉଛି । ଚାରିଆଡ ଧୂଆଁଳିଆ ଓ ବିଷାକ୍ତ ବାୟୁରେ ଆଚ୍ଛାଦିତ । ବାୟୁ ପ୍ରଦୂଷଣ ବହୁଗୁଣିତ ହେବାରେ ଲାଗୁଛି । ରାଜଧାନୀର ଏହି ସଙ୍କଟ ପାଇଁ ପଡୋଶୀ ରାଜ୍ୟରେ ଅମଳ ପରେ କ୍ଷେତରେ ରହିଯାଇଥିବା ଶସ୍ୟ ମୂଳ, ପାଳ, ନଡା ଜାଳିବାକୁ ଦାୟୀ କରାଯାଉଛି । ଏହି ମାମଲା ସର୍ବାଧିକ ପଞ୍ଜାବରେ ଦେଖାଦେଇଛି । ଏନେଇ ଏକ ସାଟେଲାଇଟ ଦ୍ବାରା ଜାରି କରାଯାଇଥିବା ଚିତ୍ର ରାଜ୍ୟର ଶସ୍ୟ ଜଳା ଅଞ୍ଚଳକୁ ସ୍ପଷ୍ଟ ଭାବରେ ଦେଖାଇଛି । ଯାହା ଅତ୍ୟନ୍ତ ଚିନ୍ତାଜନକ ବୋଲି ଜଣାଯାଇଛି।

ରବିବାର ପଞ୍ଜାବରେ ଦୀପାବଳି ପରେ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଶସ୍ୟର ମୂଳ ଜଳାଯିବାର ପ୍ରମାଣ ମିଳିଛି । ପିଜିଆଇର କମ୍ୟୁନିଟି ମେଡିସିନ ଆଣ୍ଡ୍‌ ସ୍କୁଲ ଅଫ୍‌ ପବ୍ଲିକ ହେଲଥ୍‌ର ପରିବେଶ ବିଶେଷଜ୍ଞ ଡା. ରବିନ୍ଦ୍ର ଖୈୱାଲ ଏକ ସାଟେଲାଇଟ ଚିତ୍ର ଆଧାରରେ ଚିନ୍ତାଜନକ ତଥ୍ୟ ଉପସ୍ଥାପନା କରିଛନ୍ତି । ଏଥିରେ ଦୀପାବଳୀ ଠାରୁ 3 ନଭେମ୍ବର, ରବିବାର 12ଟା ସୁଧା ପଞ୍ଜାବରେ 2820ଟି ସ୍ଥାନରେ ଶସ୍ୟ ଜଳା ଯାଇଛି।

ଏହାପୂର୍ବରୁ ଶସ୍ୟ ଜଳା ମାମଲା କମ ରହିଥିଲା । ଶନିବାର ମାତ୍ର 200ଟି ସ୍ଥାନ ସାଟେଲାଇଟରେ ଚିହ୍ନଟ ହୋଇଥିଲା । ମାତ୍ର ରବିବାର ଏହା ବହୁଗୁଣିତ ହୋଇଥିଲା । ଫସଲ ଜଳା ଯିବା ପରେ ପଞ୍ଜାବ ସମେତ ସମଗ୍ର ଉତ୍ତର ଭାରତରେ ବାୟୁ ପ୍ରଦୂଷଣ ଆହୁରି ବଢିବାର ସମ୍ଭାବନା ବଢିଛି।

ଫାଇଲ ଫଟୋ

ଡା.ଖୈୱାଲଙ୍କ ସୂଚନା ଅନୁସାରେ ବର୍ତ୍ତମାନ ପବନର ଗତି ପଞ୍ଜାବରୁ ଦିଲ୍ଲୀ ଆଡକୁ ରହିଛି । ଫଳରେ ଦିଲ୍ଲୀର ବାୟୁ ଆହୁରି ବିଷାକ୍ତ ହେବାର ଆଶଙ୍କା ରହିଛି । ଶସ୍ୟ ମୂଳ ଜଳାଯିବା ଫଳରେ ପଞ୍ଜାବର ବିଭିନ୍ନ ଅଞ୍ଚଳରେ ବାୟୁର ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।


ଏବେ ଶସ୍ୟ ମୂଳ ଓ ନଡା ଆଦି ଜାଳିବା ମାମଲାରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ପଞ୍ଜାବ ସରକାର । ଅନ୍ୟପଟେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ବାୟୁ ପ୍ରଦୂଷଣ ଓ ଶସ୍ୟ, ନଡା ଜଳା ସ୍ଥିତି ଏବେ ଗମ୍ଭୀର ରୂପ ନେବାରେ ଲାଗିଛି।

ABOUT THE AUTHOR

...view details