ଚଣ୍ଡିଗଡ: ସାରା ଦେଶରେ ଲକଡାଉନର ନିୟମ କଡାକଡି ଭାବରେ ପାଳନ କରାଯାଉଛି । ବିଶେଷ କରି ଲକଡାଉନ ସମୟରେ ମଦବିକ୍ରିକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ କରାଯାଇଛି । ହେଲେ କେଉଁଠି ନା କେଉଁଠି ଚୋରା ମଦ ବିକ୍ରି ଖବର ସାମନାକୁ ଆସୁଛି । ଏତିକି ବେଳେ ପଞ୍ଜାବ ସରକାର ଲକଡାଉନ ସମୟରେ ବି ମଦ ଦୋକାନ ଖୋଲିବା ନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । କେନ୍ଦ୍ର ଏହା ସଫା ସଫା ମନା କରିଦେଇଛି ।
ପଞ୍ଜାବ, କେନ୍ଦ୍ର ସରକାରଙ୍କ ନିକଟରେ ଅନୁରୋଧ କରିଥିଲା ଯେ ତାଲାବନ୍ଦ ସମୟରେ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଅନ୍ତୁ କିନ୍ତୁ ମନ୍ତ୍ରଣାଳୟ ଏହାକୁ ପ୍ରତ୍ୟାଖ୍ୟାନ କରିଛି।