ଚଣ୍ଡୀଗଡ: ଜେଜେମା ସାଜିଲା ପିଶାଚୀ । ଜନ୍ମର ମାତ୍ର ଦୁଇ ଘଣ୍ଟା ପରେ ଯାଆଁଳା ନାତୁଣୀଙ୍କୁ କେନାଲରେ ଫିଙ୍ଗି ହତ୍ୟା କରିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବର ଭଟିଣ୍ଡାରେ।
ଯାଆଁଳା ଝିଅଙ୍କୁ କେନାଲରେ ଫିଙ୍ଗି ହତ୍ୟାକଲା ବାପା - grandmother murder twin baby girl in punjab
ଜନ୍ମର ମାତ୍ର ଦୁଇ ଘଣ୍ଟା ପରେ ଯାଆଁଳା ଶିଶୁକନ୍ୟାଙ୍କୁ କେନାଲରେ ଫିଙ୍ଗି ହତ୍ୟା କରିବାକୁ ପୁଅକୁ କହିଲା ମାଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବର ଭଟିଣ୍ଡାରେ ।

ଏଠାକାର ବାସିନ୍ଦା ମଲକିତ୍ କୌରଙ୍କ ପୁଅ ବଲଜିନ୍ଦର ସିଂଙ୍କ ପୂର୍ବରୁ ଦୁଇଟି ଶିଶୁ କନ୍ୟା ଥିଲା । ତେବେ ତାଙ୍କ ପତ୍ନୀ ଗତ ଗୁରୁବାର ମେଡିକାଲରେ ଆଉ ଦୁଇଟି ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପୁଣି ଶିଶୁ କନ୍ୟା ଜନ୍ମ ହୋଇଥିବାର ଖବର ପାଇବା ପରେ ମଲକିତ୍ ରାଗରେ ଜର୍ଜରିତ ହୋଇ ତାଙ୍କ ପୁଅକୁ ନବଜନ୍ମିତ ଶିଶୁକନ୍ୟାକୁ କେନାଲରେ ଫିଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଯାହାଫଳରେ ବଲଜିନ୍ଦର ତାଙ୍କର ଦୁଇ ଯାଆଁଳା ଶିଶୁଙ୍କୁ କେନାଲରେ ଫିଙ୍ଗି ହତ୍ୟା କରିଥିଲେ । ଏହି ଘଟଣା ପରେ ନବଜନ୍ମିତ ଶିଶୁଙ୍କ ମା ଥାନାରେ ଏତଲା ଦେଇଥିଲେ । ମଲକିତ୍ କୌର ଏବଂ ତାଙ୍କ ପୁଅ ବଲଜିନ୍ଦର ସିଂଙ୍କୁ ପୋଲିସ ଗିରଫ କରିଛି।